Latest Odisha News

BREAKING NEWS

ଆଫଗାନିସ୍ତାନରେ ୮୦ ଛାତ୍ରୀଙ୍କୁ ଦିଆଯାଇଛି ବିଷ

କାବୁଲ: ଆଫଗାନିସ୍ତାନର ଉତରାଂଚଳରେ ୨ଟି ଅଲଗା ଅଲଗା ଘଟଣାରେ ପ୍ରାଇମେରୀ ସ୍କୁଲର ୮୦ ଜଣ ଛାତ୍ରୀଙ୍କୁ ବିଷ ଦିଆ ଯାଇଥିବା ଚାଂଚଲ୍ୟକର ଖବର ହସ୍ତଗତ ହୋଇଛି । ୨୦୨୧ରେ ତାଲିବାନ ସରକାର କ୍ଷମତା ହାତେଇବା ପରେ ପ୍ରଥମ ଥର ପାଇଁ ଏ ଭଳି ଘଟଣା ସମ୍ମୁଖକୁ ଆସିଛି । ସର ଏ ପୁଲ ଅଂଚଳରେ କାହିଁକି ବିଷ ଦିଆଗଲା ତାହା ଏବେ ଚିନ୍ତାର ବିଷୟ ହୋଇଛି । ଜଣେ ଶିକ୍ଷା ଅଧିକାରୀଙ୍କ ମତରେ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର । ସ୍କୁଲ ଯିବା ପାଇଁ ଝିଅମାନଙ୍କୁ ଅଟକାଇବା ନିମନ୍ତେ ଏ ଭଳି ଉଦ୍ୟମ ହେଉଛି । ୨୦୧୫ ହେରାତ ଅଂଚଳରେ ୬୦୦ ଛାତ୍ରୀଙ୍କୁ ବିଷ ଦିଆ ଯାଇଥିଲା । ଏହି ଘଟଣା ନେଇ କୌଣସି ସଂଗଠନ ନିଜକୁ ଦାୟୀ କରି ନ ଥିଲେ । ଅବଶ୍ୟ ବିଭିନ୍ନ ମାନବିଧିକାର ସଂଗଠନ ଏଥିପାଇଁ ତାଲିବାନଙ୍କୁ ଦାୟୀ କରିଥିଲେ ।

ଏବେ ତାଲିବାନ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ପଢ଼ିବା ପାଇଁ ଅନୁମତି ପ୍ରଦାନ କରିଛି । ତାଲିବାନର ଏପରି ନୀତି ଯୋଗୁ ଅନେକ ଦେଶ ସେମାନଙ୍କୁ ମାନ୍ୟତା ପ୍ରଦାନ କରି ନାହାନ୍ତି । ଇରାନରେ ମଧ୍ୟ ଏ ଭଳି ଘଟଣା ସମ୍ମୁଖକୁ ଆସିଛି । ଛାତ୍ରୀମାନଙ୍କୁ ପଢ଼ିବା ପାଇଁ ରୋକିବା ନିମନ୍ତେ ବିଷ ଦିଆଯାଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରୀ ୟୁନୁଷ ପନାହୀ ଏହା ପରୋକ୍ଷରେ ସ୍ୱୀକାର ମଧ୍ୟ କରିଥିଲେ ।

Comments are closed.