Latest Odisha News

BREAKING NEWS

ମ୍ୟୁଜିକ ଥେରାପୀ: ରଫୀଙ୍କ ଗୀତ ଶୁଣିବା ପରେ ଫେରିଲା ସ୍ମରଣଶକ୍ତି

ରାଜକୋଟ: ସଙ୍ଗୀତ ଶୁଣିବା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ । ଏହା ଆମକୁ ମାନସିକ ଶାନ୍ତି ପ୍ରଦାନ କରିଥାଏ । ସେଥିପାଇଁ ଅନେକ ସ୍ଥାନରେ ମ୍ୟୁଜିକ ଥେରାପୀ ବ୍ୟବହାର କରାଯାଇ ମାନସିକ ଚାପଗ୍ରସ୍ତଙ୍କୁ ସୁସ୍ଥ କରା ଯାଇଥାଏ । ରାଜକୋଟରେ ୮୦ ବର୍ଷୀୟ ତୁଳସୀଦାସ କରୋନା ସଂକ୍ରମଣ ହେବା ସହ ଫୁସଫୁସରେ ପାଣି ଜମିଯିବାରୁ ଅସୁସ୍ଥ ହୋଇ ପଡିଥିଲେ । ଏହା ପରେ ତାଙ୍କ ସ୍ମରଣଶକ୍ତି ମଧ୍ୟ ପଳାଇଯାଇଥିଲା । ସେ କାହାକୁ ଚିହ୍ନି ପାରୁ ନ ଥିଲେ । ନିରୁପାୟ ହୋଇ ଝିଅ ଭାବନାବେନ ତାଙ୍କ ନିକଟରେ ମହମ୍ମଦ ରଫୀଙ୍କ ଗୀତ ଶୁଣାଇଥିଲେ । କିଛି ଦିନ ପରେ ସେ ସବୁ କିଛି ମନେ ପକାଇବା ଆରମ୍ଭ କରିଥିଲେ ।

ଏବେ ସେ ବିପଦମୁକ୍ତ ଅଛନ୍ତି । ସୂଚନାଯୋଗ୍ୟ, ତୁଳସୀଦାସ ଭଲ ଗୀତ ଗାଇଥାନ୍ତି । ସେ ରଫୀଙ୍କ ଗୀତ ଗାଇ ରାଜକୋଟ ଏବଂ ଏହାର ଆଖପାଖ ଅଂଚଳରେ ବେଶ୍ ଲୋକପ୍ରିୟ  । ସଙ୍ଗୀତ ଏବଂ ରଫୀଙ୍କ ଗୀତ ତାଙ୍କୁ ବଂଚାଇ ଦେଲା ବୋଲି ଭାବନାବେନ କହିଛନ୍ତି ।

Leave A Reply

Your email address will not be published.