ନୂଆଦିଲ୍ଲୀ: ପ୍ରତ୍ୟେକ ମୂହର୍ତରେ ଆମେ ମୃତ୍ୟୁର ନିକଟତର ହେଉଛେ । ଏହା ମଧ୍ୟରେ କେତେଜଣଙ୍କ କାର୍ଯ୍ୟକଳାପ ଅନେକଙ୍କୁ ପ୍ରେରଣା ଯୋଗାଇଥାଏ । ଏବେ ସୋସିଆଲ ମିଡିଆରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଡ୍ରାଇଭିଂ ବେଶ ଚର୍ଚ୍ଚାର କାରଣ ସାଜିଛିି । ବୃଦ୍ଧାଜଣଙ୍କ ସମ୍ପୂର୍ଣ୍ଣ ଷ୍ଟାଇଲରେ ଟ୍ରାକ୍ଟର ଚଳାଇଥିଲେ । ଜଣେ ପ୍ରଫେଶନାଲ ଡ୍ରାଇଭର ଭାବେ ସେ ଟ୍ରାକ୍ଟରରେ ଚଢ଼ିବା ସହ ଏହାକୁ ଚଳାଇ କ୍ଷେତକୁ ନେଇଥିଲେ । ଭିଡିଓକୁ ଦେଖି ଅନେକ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ତାଙ୍କ ଆତ୍ମବିଶ୍ୱାସ ଭରା ଚାହାଣୀ ଓ ହସ ସମସ୍ତଙ୍କୁ ପ୍ରଭାବିତ କରିଛି ।
ଏହି ଭିଡିଓକୁ ସୋସିଆଲ ମିଡିଆରେ ଶିବାଂଶୁ ନାମକ ଯୁବକ ଛାଡିଥିଲେ । ଖୁବ କମ ସମୟ ମଧ୍ୟରେ ଏହା ଭାଇରାଲ ହୋଇ ଯାଇଥିଲା । ଲାଇକ ଓ କଂମେଟର ସୁଅ ମଧ୍ୟ ଛୁଟିଥିଲା । ଜଣେ ୟୁଜର୍ସ ଲେଖିଛନ୍ତି ଅଦ୍ଭୁତପୂର୍ବ ଆତ୍ମବିଶ୍ୱାସ, ସେହିପରି ଅନ୍ୟ ଜଣେ ଦାଦୀ ସେ ପଙ୍ଗା ନେହି ଲେନା ଚାହିୟେ ଲେଖିଛନ୍ତି । ଏହି ବୃଦ୍ଧା ଜଣଙ୍କ ବୟସ ଏକ ସଂଖ୍ୟା ବୋଲି ପ୍ରମାଣିତ କରିଛନ୍ତି ।
Comments are closed.