Latest Odisha News

BREAKING NEWS

ରାଗିଂ କରିଥିବାର ମିଳିଲା ପ୍ରମାଣ: ୮୨ ସିନିୟର ଗଣିବେ ଜୋରିମାନା

କେନ୍ଦୁଝର: ଜୁନିୟରଙ୍କୁ ରାଗିଂ କରିଥିଲେ । ଏବେ ଜୋରିମାନା ଗଣିବେ। ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂ (ଓଏସଏମଇ) କର୍ତ୍ତୃପକ୍ଷ ରାଗିଂ ମାମଲାରେ ୮୨ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହଜାରେ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କଲେଜ କର୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଓଏସଏମଇ କର୍ତ୍ତୃପକ୍ଷ ଇଞ୍ଜିନିୟରିଂ କଲେଜର ତୃତୀୟ ବର୍ଷର ଡେ ସ୍କୋଲାର ଛାତ୍ର ଏବଂ ହଷ୍ଟେଲରେ ରହୁଥିବା ୮୨ ଛାତ୍ରଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

 

ନିକଟରେ ଦ୍ୱିତୀୟ ବର୍ଷର ଛାତ୍ର ରାଗିଂର ଶିକାର ହୋଇଥିବା ନେଇ ତୃତୀୟ ବର୍ଷର ଛାତ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଲିଖିତ ଆକାରରେ ଅଭିଯୋଗ କରି ରାଗିଂ ବାବଦରେ ଉଲ୍ଲେଖ କରିଥିଲେ । ଏହାପରେ କଲେଜ କର୍ତ୍ତୃପକ୍ଷ ସଂପୃକ୍ତ ଛାତ୍ରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରିପୋର୍ଟ ଆଧାରରେ ୮୨ ଛାତ୍ରଙ୍କ ବିରୋଧରେ ହଜାରେ ଟଙ୍କା ଜରିମାନା ଲଗାଯାଇଛି। ଏହାବାଦ ଏହି ଛାତ୍ରଙ୍କୁ ପଞ୍ଜମ ଏବଂ ଷଷ୍ଠ ସେମିଷ୍ଟାର ପାଇଁ ଲାଇବ୍ରେରୀରୁ ବହି ନେବା ଉପରେ ରୋକ୍ ଲଗାଇଛନ୍ତି କଲେଜ କର୍ତ୍ତୃପକ୍ଷ। ଏଥିସହିତ ଆଗାମୀ ଦିନରେ ଏପରି ରାଗିଂ ଭଳି କାମରେ ସଂଶ୍ଳିଷ୍ଚ ରହିବେ ନାହିଁ ବୋଲି ଲିଖିତ ଆକାରରେ ୮୨ ଛାତ୍ର ଲିଖିତ ଆକାରରେ ଦେବେ ବୋଲି କୁହାଯାଇଛି।

Comments are closed.