Latest Odisha News

BREAKING NEWS

କଳାହାଣ୍ଡିରୁ ଚାଲାଣ ହେଉଥିଲା କଇଁଛ..୮୩ଟି ଜୀବନ୍ତ କଇଁଛ ଜବତ, ଦୁଇ ଗିରଫ

ନବରଙ୍ଗପୁର: କଇଁଛ ଶିକାର ଓ ବେଆଇନ ଚାଲାଣର ପର୍ଦ୍ଦାଫାସ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅଧିନ ମୈଦଲପୁର ବନବିଭାଗ ୮୩ ଗୋଟି ଜୀବନ୍ତ କଇଁଛ ଉଦ୍ଧାର କରିଛ । ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ବ୍ୟବହୃତ ବାଇକ ଜବତ କରାଯାଇଛି।

ଖବରମୁତାବକ, ଏଗୁଡ଼ିକ କଳାହାଣ୍ଡି ଜିଲ୍ଲାରୁ ଆସିଥିଲା।

ସୂଚନାଥାଉକି, କଳାହାଣ୍ଡି ଜିଲ୍ଲା ଆମପାଣି ଠାରୁ ଚାଟିଗୁଡ଼ାକୁ ଚାଲାଣ କରୁଥିବା ସମୟରେ ମୈଦଲପୁର ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ମୈଦଲପୁର ନିକଟରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ୮୩ ଗୋଟି ଜୀବନ୍ତ କଇଁଛ ଥିବା ଜାଣି ଉଦ୍ଧାର କରିଥିଲେ । ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି।

Comments are closed.