Latest Odisha News

BREAKING NEWS

ଦୀର୍ଘ ୭୦ ଦିନ ପରେ ଦେଶରେ ଖସିଲା ଦୈନିକ ସଂକ୍ରମଣ, ୮୪ ହଜାର ପଜିଟିଭ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୮୪,୩୩୨ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦୀର୍ଘ ୭୦ ଦିନ ପରେ ସଂକ୍ରମଣ ମାମଲା ଖସିଥିବା ନଜର ଆସିଛି।

ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୩ ଲକ୍ଷ ୫୯ ହଜାର ୧୫୫କୁ ବୃଦ୍ଧି ପାଇଛି।

ଦିନକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୦୨ ରହିଛି। ଏଯାଏଁ  ଦେଶରେ ୩ ଲକ୍ଷ ୬୭ ହଜାର ୦୮୧ ଜଣଙ୍କ ଜୀବନ ନେଲାଣି କରୋନା।

ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୧,୨୧,୩୧୧। ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୨ କୋଟି ୭୯ ଲକ୍ଷ ୧୧ ହଜାର ୩୮୪ ଆକ୍ରାନ୍ତ । ସେହିପରି ଆକ୍ଟିଭ୍ କେସ୍ ରହିଛି ୧୦ ଲକ୍ଷ ୮୦ ହଜାର ୬୯୦।

ତେବେ ଏପର‌୍ୟ୍ୟନ୍ତ ଦେଶରେ ୨୪,୯୬,୦୦,୩୦୪ ଜଣ ଲୋକ କରୋନା ଟିକା ନେଇଛନ୍ତି।

Leave A Reply

Your email address will not be published.