Latest Odisha News

BREAKING NEWS

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୮୬ ମାଓବାଦୀ, ତେଲେଙ୍ଗାନାରେ କଲେ ଆତ୍ମସମର୍ପଣ

ବସ୍ତର: ଛତିଶଗଡ଼ର ମାଓବଦୀ ପ୍ରବଣ ଜିଲ୍ଲା ବସ୍ତର ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଆଉ ଏହାରି ଭିତରେ ଛତିଶଗଡ଼ର ୮୬ ମାଓବାଦୀ ତେଲଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ହାର୍ଡକୋର ମାଓବାଦୀ ମଧ୍ୟ ଅଛନ୍ତି । ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ନକ୍ସଲଙ୍କ ଆତ୍ମସମର୍ପଣ । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୨୦ ଜଣ ମହିଳା ମାଓବାଦୀ ଅଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ବିଜାପୁର ଏବଂ ସୁକମା ଅଞ୍ଚଳର ସୂଚନା । ନକ୍ସଲବାଦ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କର ଏହା ବଡ଼ ସଫଳତା ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ଆତ୍ମମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କ ମଧ୍ୟରୁ ୬୬ ଜଣ ପୁରୁଷ ଓ ୨୦ ମହିଳା ଅଛନ୍ତି । ଆଇଜି ଚନ୍ଦ୍ରଶେଖର ରେଡ୍ଡିଙ୍କ ନିକଟରେ ସମସ୍ତ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହି ସମୟରେ ଆଇଜି କହିଛନ୍ତି ଯେ ଏହି ମାଓବାଦୀମାନେ ତେଲଙ୍ଗାନା ସରକାରଙ୍କ ଦ୍ୱାରା ଜାରି ଅପରେସନ ‘ଚେୟୁଥା’ ଅଧିନରେ ସରେଣ୍ଡର କରିଛନ୍ତି । ଦେଶରୁ ନକ୍ସଲବାଦ ଶେଷ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିଯାନ ଜାରି ରହିଛି । ତେଲଙ୍ଗାନା ସହ ଛତିଶଗଡ଼, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ମିଳିତ ଅପରେସନ ଜାରି ରହିଛି । ଏନକାଉଣ୍ଟରରେ ପ୍ରାଣ ହରାଇବା ଭୟରେ ନକ୍ସଲମାନେ ଆତ୍ମସମର୍ପଣ କରୁଛନ୍ତି । ତେବେ ତେଲଙ୍ଗାନାରେ ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ତତ୍କାଳରେ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ ବୋଲି କହିଛନ୍ତି ଆଇଜି ଚନ୍ଦ୍ରଶେଖର ରେଡ୍ଡି।

ଅନ୍ୟପଟେ ଆଗାମୀ ଆଗାମୀ ଚୈତ୍ର ନବରାତ୍ରୀରେ ନକ୍ସଲବାଦ ଶେଷ ହୋଇଯିବ ବୋଲି କହିଛନ୍ତି ଗୃହ ମନ୍ତ୍ରୀ ଅମିତ୍ ଶାହା। ଛତିଶଗଡ଼ର ଦନ୍ତେୱାଡାରେ ଆୟୋଜିତ ବସ୍ତର ପାଣ୍ଡୁମ ମହୋତ୍ସବରେ ଯୋଗଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ, ଆଜି ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥି। ମୁଁ ମାତା ଦନ୍ତେଶ୍ୱରୀଙ୍କ ଆଶୀର୍ବାଦ ନେଇ ଆସିଛି। ମୁଁ ପ୍ରାର୍ଥନା କରୁଛି ଯେ ଆଗାମୀ ଚୈତ୍ର ନବରାତ୍ର ସୁଦ୍ଧା, ଏଠାରୁ ନକ୍ସଲବାଦ ଶେଷ ହୋଇଯିବ ଏବଂ ଆମର ବସ୍ତର ସମ୍ପୂର୍ଣ୍ଣ ସମୃଦ୍ଧ ହୋଇଯିବ। ଏବେ ଏଠାରେ ଗୁଳି ଫୁଟିବା ଏବଂ ବୋମା ଫୁଟିବା ସମୟ ଚାଲିଯାଇଛି। ମୁଁ ହାତରେ ଅସ୍ତ୍ର ଥିବା ସମସ୍ତଙ୍କୁ, ସମସ୍ତ ନକ୍ସଲ ଭାଇମାନଙ୍କୁ, ଅସ୍ତ୍ର ତ୍ୟାଗ କରିବାକୁ ଅନୁରୋଧ କରିବାକୁ ଆସିଛି। ଯେତେବେଳେ ଜଣେ ନକ୍ସଲବାଦୀ ମରିଯାଏ, କେହି ଖୁସି ହୁଅନ୍ତି ନାହିଁ, କିନ୍ତୁ ଏହି ଅଞ୍ଚଳର ବିକାଶ ଆବଶ୍ୟକ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା।

Comments are closed.