Latest Odisha News

BREAKING NEWS

କୋଭିଡରେ ଗଲାଣି ୮୬୦ ଡାକ୍ତରଙ୍କ ଜୀବନ

ଭୁବନେଶ୍ବର : ଦେଶରେ ତାଣ୍ଡବ ରଚିଛି ମହାମାରୀ କରୋନା । ଅନେକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଜୀବନ ନେଇଛି ଭାଇରସ । ତେବେ ଏହାରି ଭିତରେ ଆଇଏମଏ ଦେଇଛି ସାଂଘାତିକ ତଥ୍ୟ । କୋଭିଡ ଚିକିତ୍ସା ସମୟରେ ଦେଶର ପାଖାପାଖି ୮୬୦ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ଆଇଏମଏ ।

ଆଇଏମଏ ମୁଖ୍ୟାଳୟର ତଥ୍ୟ ଅନୁସାରେ, କୋଭିଡ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲେ ଡାକ୍ତର । କିନ୍ତୁ ଚିକିତ୍ସା ସମୟରେ ଦେଶର ୮୬୦ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେହି ହିସାବରେ ଓଡ଼ିଶାରେ ୫୦ ଜଣ ଡାକ୍ତରଙ୍କ ଜୀବନ ନେଇଛି ମହାମାରୀ କରୋନା । ଦୁଃଖର କଥା, ଏମାନଙ୍କ ମଧ୍ୟରୁ ଅଧିକାଂଶ ଯୁବ ଡାକ୍ତର । ତେଣୁ ନିଜର ସୁରକ୍ଷା ପାଇଁ ଡାକ୍ତର ୬ ଘଣ୍ଟା ପିପିଇ କିଟ୍ ପିନ୍ଧନ୍ତୁ ଓ ତାହା ପରେ ଭଲ ଭାବେ ଗାଧୋଇ ରୁହନ୍ତୁ । ଭୂତାଣୁର ରୂପ ବଦଳୁଛି । ସେହି ହିସାବରେ ନୂଆ ଟିକା ବାହାର କରନ୍ତୁ ବିଶେଷଜ୍ଞ । ଏବେ ଯେଉଁ ଟିକା ନିଆ ହେଉଛି, ତାହା ପ୍ରଥମ ଭୂତାଣୁକୁ ଲକ୍ଷ୍ୟ କରି ହୋଇଛି । ହେଲେ ଏବେ ନୂଆ ନୂଆ ଅଧିକ ସଂକ୍ରମଣ କ୍ଷମତା ରଖିବା ଭଳି ଭୂତାଣୁ ଆସୁଛି । ଏପରିକି ଏହି ଏଭଳି ନୂଆ ଭୂତାଣୁ ବିରୋଧରେ କମ କାମ କରିପାରେ ବୋଲି ସୂଚନା ଦେଇଛି ଆଇଏମଏ ।

Leave A Reply

Your email address will not be published.