Latest Odisha News

BREAKING NEWS

୮୮ ପୃଷ୍ଠାର ଏଫଆଇଆର୍ ଲେଖିଲେଖି ନୟାନ୍ତ ପୋଲିସ ବାବୁ, ଲାଗିବ ଆହୁରି ୩ ଦିନ !

ଡେରାଡୁନ୍: ଉତ୍ତରାଖଣ୍ଡର କାଶୀପୁର ଜିଲ୍ଲା କୋତୱାଲି ଥାନାରେ ପୋଲିସ ବାବୁ ପାଖାପାଖି ୮୮ ପୃଷ୍ଠାର ଏଫଆଇଆର୍ ଲେଖିଲେଖି ନୟାନ୍ତ ହୋଇଗଲେଣି ।

BjdElectrycity

ପ୍ରାପ୍ତ ସୂଚନାନୁଯାୟୀ ଆୟୁଷ୍ମାନ ଯୋଜନାରେ ମହା ଦୁର୍ନିତୀ ଏବଂ ଏହି ସ୍କାମରେ ସ୍ଥାନୀୟ ଏମପି ହସ୍ପିଟାଲ ଓ ଦେବକୀନନ୍ଦନ ହସ୍ପିଟାଲ ଫସିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କ୍ଷମତାସମ୍ପନ୍ନ ଟିମର ଅଡିଟରୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ କଳାକାରନାମା ଧରାପଡିଛି ।

ଏହି ଦୁର୍ନିତୀ ପଦାକୁ ଆସିବା ପରେ ଆୟୁଷ୍ମାନ ଯୋଜନାର ସହାୟକ ନିର୍ବାହୀ ଅଧିକାରୀ ଧନେଶ ଚନ୍ଦ୍ର ଉକ୍ତ ହସ୍ପିଟାଲ ସଞ୍ଚାଳକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏପରିକି ଏହି ଏଫଆଇଆର୍ ଉଭୟ ଇଂଲିଶ ଓ ହିନ୍ଦୀରେ ଲେଖାଯାଉଥିବା ବେଳେ ଏହାକୁ ସାରିବାକୁ ଆହୁରି ୨ରୁ ୩ ଦିନ ଲାଗିବ ।

ଗୋଟିଏ ହସ୍ପିଟାଲ ବିରୋଧରେ ୬୪ ପୃଷ୍ଠା ଓ ଅନ୍ୟ ହସ୍ପିଟାଲ ବିରୋଧରେ ୨୪ ପୃଷ୍ଠା ଅଭିଯୋଗ ପତ୍ର ଦାଖଲ କରାଯାଇଛି । ଯାହାକୁ ହାତରେ ଲେଖାଯାଉଛି ଏବଂ ଏଥିପାଇଁ ଖାନାର ୪ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଏନେଇ ଅତିରିକ୍ତ ଏସପି କହିଛନ୍ତି, ଏଫଆଇଆର୍ ଟାଇପ୍ ଲାଗି ବ୍ୟବହୃତ ସଫ୍ଟୱେୟାର୍ କ୍ଷମତା ୧୦ ହଜାର ଶବ୍ଦ ହୋଇଥିବା ବେଳେ ଏହା ଅଭିଯୋଗର ମୂଳ କପି ଏବଂ ସବୁ ତଥ୍ୟ ଏଥିରେ ରହିଛି । ତେଣୁକରି ଏଥିରେ ଯେପରି କୌଣସି ଭୁଲ ନହୁଏ ସେଥିପାଇଁ ହାତରେ ଲେଖାଯାଉଛି ।

Leave A Reply

Your email address will not be published.