Latest Odisha News

ମୈତ୍ରେୟୀ ଲେଖିକା ସଙ୍ଗଠନର ଅଷ୍ଟମ ମାସିକ ସାହିତ୍ୟ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଅଷ୍ଟମ ମାସିକ ଆଭାସୀ ଆସର ଅନୁଷ୍ଠିତ ହୋଇଯାଇଛି। ସୁନନ୍ଦା ବି ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରରେ କବୀ ସୁଷମା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ଅବସରରେ ମାତୃ ଦିବସ ଉପଲକ୍ଷେ ଆୟୋଜିତ କବିତା ଆସରରେ ମାଆ…ମାଟିରୁ ଆକାଶ ଉପରେ ଆଧାରିତ ବିଷୟ ଉପରେ ପଦ୍ମଜା ଶରଣ, ଜ୍ୟୋତ୍ସ୍ନା ମଞ୍ଜରୀ ତ୍ରିପାଠୀ, ଚନ୍ଦ୍ରା ମିଶ୍ର, ନିହାରିକା ରଥ, ମିରିନା ମହାନ୍ତି ଏବଂ ଇପ୍ସିତା ଷଡ଼ଙ୍ଗୀ ପ୍ରମୁଖ କବିତା ପାଠ କରିଥିଲେ ଏବଂ ବିଜୟଲକ୍ଷ୍ମୀ ପାଣିଗ୍ରାହୀ ପଠିତ କବିତାଗୁଡ଼ିକର ସମୀକ୍ଷା କରିଥିଲେ ।

ଏଥରର ସୃଜନୀରେ ସ୍ବାଗତିକା ସେଠୀଙ୍କର ଗଳ୍ପ ସଙ୍କଳନ “କଲର୍ କଲର୍”କୁ ମୌସୁମୀ ଦାସ ଓ ମଧୁସ୍ମିତା ନାୟକ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୈତ୍ରେୟୀ ବନ୍ଦନା ମିଶ୍ର ଭକ୍ତି ସଙ୍ଗୀତ ଗାନ କରିଥିଲେ। ଉପସ୍ଥାପିକା ମୈତ୍ରେୟୀ ମୀତା ପଟ୍ଟନାୟକ ଓ ସଂଯୋଜିକା ମୈତ୍ରେୟୀ ଶୁଚିସ୍ମିତା ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ପରିଶେଷରେ ସୁଚେତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Leave A Reply

Your email address will not be published.