Latest Odisha News

BREAKING NEWS

ବିମାନ ଦୁର୍ଘଟଣାରେ ମାଲୱି ଉପରାଷ୍ଟ୍ରପତିଙ୍କ ସମେତ ୯ ମୃତ

ଲିଲଙ୍ଗୱେ: ପୂର୍ବ ଆଫ୍ରିକୀୟ ଦେଶ ମାଲୱିର ୫୧ ବର୍ଷିୟ ଉପରାଷ୍ଟ୍ରପତି ସାଉଲୋସ କ୍ଲାସ ଚିଲିମାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ସହ ବିମାନରେ ଥିବା ଆଉ ୯ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୋମବାରଠୁ ଏହି ବିମାନଟି ନିଖୋଜ ଥିଲା। ମାଲୱି ରାଷ୍ଟ୍ରପତି ଲାଜାରସ ଚକୱେରା ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି।

ଦେଶର ଉତ୍ତର ପାର୍ବତ୍ୟ ଜଙ୍ଗଲରେ ମଲାୱୀର ଉପରାଷ୍ଟ୍ରପତି ସୋଲସ ଚିଲିମା ଏବଂ ପୂର୍ବତନ ପ୍ରଥମ ମହିଳା ଶାନିଲ ଡିଜିମିରିଙ୍କୁ ନେଇ ଏକ ସାମରିକ ନିଖୋଜ ବିମାନକୁ ସୈନିକମାନେ ଖୋଜିଥିଲେ ବୋଲି ରାଷ୍ଟ୍ରପତି ଲାଜାରସ ଚକୱେରା ସୋମବାର କହିଛନ୍ତି। ସୋମବାରଠୁ ଦକ୍ଷିଣ ପୂର୍ବ ଆଫ୍ରିକାର ମାଲୱିର ଉପ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ଏକ ବିମାନ ନିଖୋଜ ଥିଲା।

ମାଲୱି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ରାଜଧାନୀ ଉପ ରାଷ୍ଟ୍ରପତି ଲିଲଙ୍ଗୱେରୁ ମାଲବୀ ସେନାର ବିମାନରେ ଅନ୍ୟ ୯ ଜଣ ପ୍ରତିନିଧି ମଣ୍ଡଳି ସହ ମଜୁଜୁକୁ ଯାତ୍ରା ଆରମ୍ଭ କରିଥିଲେ । ରାଜଧାନୀରୁ ଉଡାଣର କିଛି ସମୟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିମାନର ନିଖୋଜ ହୋଇଯିବାରୁ ସୋମବାରଠୁ ଖୋଜାଖୋଜି ଜାରି ରହିଥିଲା। ତେବେ ଉପରାଷ୍ଟ୍ରପତିଙ୍କ ମୃତ୍ୟୁ ଘଟଣାରେ ରାଷ୍ଟ୍ରପତି ଲାଜାରସ ଚକୱେରା ଦୁଃଖ ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.