Latest Odisha News

ବୁଧ ଗ୍ରହରେ ବିସ୍ତୃତ ହୋଇପଡିଛି ହୀରାର ଚାଦର

ନୂଆଦିଲ୍ଲୀ: ବୁଧ ଗ୍ରହରେ ମିଳିଲା ହୀରା । ଗୋଟେ କିମ୍ବା ଦୁଇଟି ନୁହେଁ ୧୫ କିମି ପର୍ଯ୍ୟନ୍ତ ଏକ ମୋଟା ଚାଦର ଭଳି ବିଛାଡି ହୋଇ ପଡିଛି ହୀରା । ବୈଜ୍ଞାନିକମାନେ ବୁଧ ଗ୍ରହର ପରିସର ତଳେ କିଛି ଏମିତି ଖଜାନାର ସନ୍ଧାନ କରିଛନ୍ତି ।

ବୁଧଗ୍ରହ ବା ମର୍କ୍ୟୁରୀରେ ୯ ମିଲିମିଟର ପର୍ଯ୍ୟନ୍ତ ଅର୍ଥାତ୍୧୪.୪୮ କିଲୋମିଟରର ଚଉଡା ହୀରାର ଚାଦର ବିଛେଇ ହୋଇପଡିଛି । ଯାହା ଚନ୍ଦ୍ରର ପୃଷ୍ଠ ଭୂମି ତଳେ ରହିଅଛି । ଯାହାକୁ ନେଇ ଏବେ ତର୍ଜମା ଚାଲିଛି ଏହା ପୃଥିବୀକୁ ଆସିପାରିବ କି ନାହିଁ । ତେବେ ଏନେଇ ବୈଜ୍ଞାନିକ କହିଛନ୍ତି, ଏହା ପୃଥିବୀ ପୃଷ୍ଠକୁ ଅଣାଯାଇପାରିବ ନାହିଁ, କିନ୍ତୁ ଏହାକୁ ବ୍ୟବହାର କରି ବୁଧ ଗ୍ରହର ଉତ୍ପତ୍ତି ଓ ତାହାର ମ୍ୟାଗ୍ନେଟିକ ଫିଲ୍ଡ ବିଷୟରେ ବିସ୍ତୃତ ଷ୍ଟଡି କରାଯାଇପାରିବ ।

ତେବେ ସୌରଜଗତର ସବୁଠୁ ରହସ୍ୟମୟୀ ଗ୍ରହ ହେଉଛି ବୁଧ ଗ୍ରହ । ଯାହା ତାହା ଭିତରେ ଅନେକ କିଛି ଲୁଚାଇ ରଖିଛି । ସେ ସବୁ ମଧ୍ୟରୁ ସବୁଠୁ ବଡ ରହସ୍ୟ ହେଉଛି ବୁଧଗ୍ରହର ମ୍ୟାଗ୍ନେଟିକ୍ ଫିଲ୍ଡ ବା ଚୁମ୍ବକୀୟ କ୍ଷେତ୍ର । ଏହି ଗ୍ରହର ଚୁମ୍ବକୀୟ କ୍ଷେତ୍ର ପୃଥିବୀ ତୁଳନାରେ ଅତ୍ୟନ୍ତ ଦୁର୍ବଳ । କାରଣ ଏହାର ଆକାର ଅତ୍ୟନ୍ତ ଛୋଟ । ଏହା ସହିତ ଏହା ଭୌଗୋଳିକ ଦୃଷ୍ଟିରୁ ସକ୍ରିୟ ମଧ୍ୟ ନୁହେଁ । ଏହାର ପରିସରର ଅନେକ ସ୍ଥାନ ଗାଢ ରଙ୍ଗରେ ଭରିରହିଛି । ଯାହା ଗ୍ରାଫାଇଟ ବୋଲି ନାସାର ମେସେଞ୍ଜର ମିଶନ ଦର୍ଶାଇଥିଲା । ଯାହା କାର୍ବନର ଗୋଟିଏ ରୂପ ଅଟେ ।

ତେବେ ଏହାକୁ ନେଇ ବିଜିଙ୍ଗର ସେଣ୍ଟର ଫର୍ ହାଇ ପ୍ରେସର, ସାଇନ୍ସ ଆଣ୍ଡ ଟେକନୋଲୋଜି ଏଡବାନ୍ସ ରିସର୍ଚ୍ଚରେ ବୈଜ୍ଞାନିକ ୟାନହାଓ ଲି କହିଛନ୍ତି, ବୁଧ ଗ୍ରହର ରହସ୍ୟ ଏହାର ଭିତରେ ଥିବା ହୀରାର ସ୍ତରକୁ ଷ୍ଟଡି କରି ଜଣାପଡିବ । ତାଙ୍କ କହିବାନୁସାରେ, ଏହା ସନ୍ଦେହ କରାଯାଉଛି ଯି କେ ବୁଧ ଗ୍ରହ ବି ଅନ୍ୟ ଗ୍ରହମାନଙ୍କ ଭଳି ଗରମ ମାଗ୍ମା ତରଳି ସୃଷ୍ଟି ହୋଇଛି । ହେଲେ ବୁଧ ଗ୍ରହରେ ଏହି ମାଗ୍ମା ସମୁଦ୍ର କେବଳ କାର୍ବନ ଓ ସିଲିକେଟରେ ଭର୍ତ୍ତି ହୋଇଛି । ଯେଉଁକାରଣରୁ ଏହା ଭିତରୁ ଏତେ ଭାରି ମାତ୍ରାରେ ହୀରା ମିଳିଛି । ତାହା ବି ପୁଣି ସଲିଡ୍ ଅବସ୍ଥାରେ । ତେବେ ଏତେ ବଡ କ୍ଷେତ୍ରର କେନ୍ଦ୍ର ନିହାତି ମଜଭୁତ୍ ଧାତୁରେ ନିର୍ମିତ ହୋଇଥିବ । ଯାହା ସନ୍ଧାନ ସାପେକ୍ଷ ବୋଲି ଲି କହିଛନ୍ତି ।

Comments are closed.