Latest Odisha News

ଆଉ ୯ଜଣଙ୍କୁ ମିଶାଇ ରାଜ୍ୟରେ ତିନି ଶହ ପାର କଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୫୦ ହଜାର ଡେଇଁଛି କରୋନା ପଜିଟିଭ୍ କେସ୍ । ଆଜି ମୃତ୍ୟୁସଂଖ୍ୟା ୩ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୯ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ତିନି ଜଣ ମହିଳା ଓ ଛଅ ଜଣ ପୁରୁଷ ।

ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ଆଉ ୪ଜଣ ଓ ରାୟଗଡ଼ାରୁ ୨ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବାଲେଶ୍ୱର, ଅନୁଗୋଳ ଓ ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ଲେଖାଏଁ ମୁଣ୍ଡ ନେଇଛି ଭାଇରସ୍ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୩୦୫କୁ ବୃଦ୍ଧି ପାଇଛି ।


ମୃତକଙ୍କ ସମ୍ପର୍କରେ ସୂଚନା
୧. ଅନୁଗୋଳ- ୪୪ ବର୍ଷୀୟ ମହିଳା

୨. ବାଲେଶ୍ୱର- ୩୮ ବର୍ଷୀୟ ଯୁବକ
୩. ଗଞ୍ଜାମ- ୪୮ ବର୍ଷୀୟ ୪୮ ବର୍ଷୀୟ ମହିଳା
୪. ଗଞ୍ଜାମ- ୫୭ ବର୍ଷୀୟ ପୁରୁଷ
୫. ଗଞ୍ଜାମ- ୫୭ ବର୍ଷୀୟ ପୁରୁଷ ଆକ୍ରାନ୍ତ
୬. ଗଞ୍ଜାମ- ୭୪ ବର୍ଷୀୟ ବୃଦ୍ଧା
୭. ଖୋର୍ଦ୍ଧା- ୫୮ ବର୍ଷୀୟ ପୁରୁଷ
୮. ରାୟଗଡ଼ା- ୬୫ ବର୍ଷୀୟ ପୁରୁଷ ଆକ୍ରାନ୍ତ
୯. ରାୟଗଡ଼ା- ୬୫ ବର୍ଷୀୟ ପୁରୁଷ

Comments are closed.