କୋଲକାତା: ଇଡେନଗାର୍ଡେନରେ ନଭେମ୍ବର ୧୪ରୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଯିବ । ୬ ବର୍ଷ ପରେ ଭାରତୀୟ ଟିମ ଏଠାରେ ଟେଷ୍ଟ ମ୍ୟାଚ ଖେଳିବ । ବର୍ତମାନର ଟିମ ଇଣ୍ଡିଆରେ କେବଳ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଏଠାରେ ଟେଷ୍ଟ ଖେଳିଛନ୍ତି । ଅନ୍ୟ ୧୨ଜଣ ଖେଳାଳି ଇଡେନ ଗାର୍ଡେନରେ ମ୍ୟାଚ ଖେଳି ନାହାନ୍ତି । ଏହି ଦୁଇ ଜଣ ପ୍ରଥମ ଟେଷ୍ଟ ଖେଳିବା ଏକପ୍ରକାର ନିଶ୍ଚିତ । ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିବା ଅନ୍ୟ ୯ଜଣ ପ୍ରଥମ ଥର ପାଇଁ ଏଠାରେ ଟେଷ୍ଟ ଖେଳିବେ ।
ଯେତେଦୂର ସମ୍ଭବ ସମ୍ଭାବ୍ୟ ଏକାଦଶରେ ଯଶସ୍ୱୀ ଜୈସୱାଲ, ସାଈ ସୁଦର୍ଶନ, ଶୁଭମନ ଗିଲ, ରିଷଭ ପନ୍ତ, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର,ଅକ୍ଷର ପଟେଲ, ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ସ୍ଥାନ ପାଇବେ । ଯଦି ଏମାନଙ୍କ ବ୍ୟତୀତ ଅନ୍ୟ କିଏ ଖେଳାଳି ଖେଳିବେ ତାହା ମଧ୍ୟ ସେମାନଙ୍କ ପ୍ରଥମ ମ୍ୟାଚ ହେବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସ୍ଥିତି ମଜଭୁତ କରିବାକୁ ହେଲେ ଭାରତକୁ ଏହି ସିରିଜରେ ବିଜୟ ହାସଲ କରିବାକୁ ପଡିବ । ଘରୋଇ ପରିବେଶରେ ଟିମ ଇଣ୍ଡିଆ ପଲା ଭାରୀ ରହିଛି । ଅପରପକ୍ଷରେ ଟେମ୍ବା ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା କୌଣସି ଟେଷ୍ଟ ହାରିନି ।
Comments are closed.