Latest Odisha News

ଦିଲ୍ଲୀ ୟୁନିଭରସିଟିର ୯ ଛାତ୍ର ଅଲିମ୍ପିକ୍ସରେ ଭାଗ ନେବେ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଦିଲ୍ଲୀ ୟୁନିଭରସିଟିର ୯ ଛାତ୍ର କମାଲ କରିବାକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ୨ଜଣ ପଢ଼ୁଥିବା ବେଳେ ଅନ୍ୟମାନେ ପାଠ ଶେଷ କରି ସାରିଛନ୍ତି । ଡିୟୁର ଭାଇସ ଚ୍ୟାନ୍ସଲର ଯୋଗେଶ ସିଂ କହିଛନ୍ତି ଯେ, ୯ଜଣଙ୍କ ମଧ୍ୟରୁ ୬ଜଣ ଶୁଟିଂରେ, ଜଣେ ଆଥଲେଟିକ୍ସରେ ଓ ଅନ୍ୟ ଜଣେ ଟେବୁଲ ଟେନିସରେ ଭାଗ ନେଉଛନ୍ତି । ମନୁ ଭାକର, ଅମୋଜ ଜ୍ୟାକବ ଓ ମନିକା ବାତ୍ରା ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇ ସାରିଛନ୍ତି । ଡିୟୁର କ୍ରୀଡା ଅଧିକାରୀ ଅନୀଲ କୁମାରଙ୍କ ମଧ୍ୟରେ ରମିତା ଜିନ୍ଦଲ ହଂସରାଜ କଲେଜରେ ବିକମ ପଢ଼ୁଥିବା ବେଳେ ରିଦିମ ସାଙ୍ଗୱାନ ଶ୍ରୀରାମ କଲେଜରେ ଇଂଲିଶ ଅନର୍ସର ଦ୍ୱିତୀୟ ବର୍ଷ ଛାତ୍ର ଅଛନ୍ତି ।

ଶ୍ରେୟାଶୀ ସିଂ ୨୦୧୨ରେ ହଂସରାଜ କଲେଜରେ ବିଏ ପଢ଼ିଥିଲେ । ସେହିପରି ମନୁ ଭାକର ୨୦୨୨ରେ ଶ୍ରୀରାମ କଲେଜରୁ ପଲଟିକାଲ ସାଇନ୍ସରେ ଅନର୍ସ କରିଥିଲେ ।c ମହେଶ୍ୱରୀ ଚୌହ୍ୱାନ ୨୦୧୭ରେ ଶ୍ରୀରାମ କଲେଜରୁ ଫିଲୋସଫିରେ ଅନର୍ସ ଏବଂ ରାଜେଶ୍ୱରୀ କୁମାରୀ ୨୦୧୦ରେ ଭେଙ୍କେଟେଶ୍ୱର କଲେଜର ବିଏ ଛାତ୍ର ରହିଥିଲେ । ମନିକା ବାତ୍ରା ୨୦୧୬ରେ ଜୀସସ ଆଣ୍ଡ ମେରୀ କଲେଜରେ ସୋସିଓଲୋଜିରେ ଅନର୍ସ ପଢ଼ିଥିଲେ । ଶ୍ରୀଗୁରୁ ତେଗବାହାଦୂର ଖାଲାସା କଲେଜରୁ ଅମୋଜ ଜ୍ୟାକବ ବିକମ କରିଥିଲେ । ଏମାନଙ୍କ ବ୍ୟତୀତ ମନୁ ଭାକରଙ୍କ କୋଚ ଯଶପାଲ ରାଣା ଅରବିନ୍ଦ କଲେଜର ଛାତ୍ର ରହିଥିଲେ ।

Comments are closed.