Latest Odisha News

୧୯ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ପତାକା ଉଡାଇ ବାଲ ପୁରଷ୍କାର ପାଇଲେ ହାଇଦ୍ରାବାଦର ବିରାଟ

ହାଇଦ୍ରାବାଦ : ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତା ଦେଇଥାଏ । ହାଇଦ୍ରାବାଦର ୯ ବର୍ଷର ପୁଅ ବିରାଟ ଚନ୍ଦ୍ର ବାଲକୁଣ୍ଟା ୧୯ ହଜାର ଫୁଟର ପାହାଡ ଉପରେ ତ୍ରିରଙ୍ଗା ପତାକା ଉଡାଇ ରେକର୍ଡ ସୃଷ୍ଟି କରିଛନ୍ତି । ଆଜି ବିରାଟଙ୍କୁ ପ୍ରଧାନମନ୍ତ୍ରୀ ବାଲ ପୁରଷ୍କାରରେ ସମ୍ମାନୀତ କରାଯାଇଛି । ବିରାଟ ଏସବୁର ଶ୍ରେୟ ନିଜ ପରିଶ୍ରମକୁ ଦେଇଛନ୍ତି ।

ମୁଁ ପ୍ରତିଦନ ୭ କିଲୋମିଟର ଦୌଡେ । ତା ସହ ସୂର୍ଯ୍ୟ ନମସ୍କାର ଓ ଧ୍ୟାନ ମଧ୍ୟ କରୁଥିଲି । ଆଫ୍ରିକାର ସର୍ବୋତ୍ତୋମ ଶୃଙ୍ଗରେ ୧୯ ହଜାର ଫୁଟ ଉଚ୍ଚରେ ଏତେ ଥଣ୍ଡାରେ ପତାକା ଉଡାଇବା କଷ୍ଟସାଧ୍ୟ ଥିଲା । ହେଲେ କଷ୍ଟକୁ ଖାତିର ନକରି ଶିଖର ପଏଣ୍ଟ ଉପରେ ଚଢି ପତାକା ଉଡାଇଥିଲେ । ସେଥିପାଇଁ ଆଜି ଏ ସମ୍ମାନର ଅଧିକାରୀ ହୋଇପାରିଛି ବୋଲି ବିରାଟ କହିଛନ୍ତି ।

ସୂଚନା ଅନୁସାରେ ସେ ଗତ ବର୍ଷ ଆଫ୍ରିକାର ସର୍ବୋତ୍ତମ କିଲିମ୍‌ଜାରୋ ପର୍ବତରେ  ଚଢି ପକାତା ଉଡାଇଥିଲେ । ବିରାଟ ସେଥିପାଇଁ ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ଆଜି ସମ୍ମାନୀତ କରାଯାଇଛି ।

Comments are closed.