Latest Odisha News

କୁମ୍ଭୀରକୁ ରାନ୍ଧି ଖାଇଲେ ଯୁବତୀ, ଭିଡ଼ିଓ କଲେ ସେୟାର

 

ବେଜିଂ: ଚୀନ୍‌ରେ ଲୋକେ ଝିଟିପିଟି ହେଉ କି ଅସରପା ଖାଉଥିବା ଆପଣ ନିଶ୍ଚୟ ଶୁଣିଥିବେ ବା ଦେଖିଥିବେ । ସେଠାକାର ଲୋକଙ୍କ ଖାଦ୍ୟପେୟରେ କିଛି ଅସୁବିଧା ହୋଇ ନ ଥାଏ । କାରଣ ସେମାନେ ନ୍ୟୁଟ୍ରିଶନ ନାମରେ କୌଣସି ପ୍ରାଣୀଙ୍କୁ ବି ଖାଇଖାନ୍ତି । ଅନେକ ସମୟରେ ତ କୀଟକୁ କଞ୍ଚା ଖାଉଥିବା ଦେଖିବାକୁ ମିଳେ । ହେଲେ ଏବେ ଚୀନ୍‌ର ଜଣେ ଯୁବତୀ, ଯିଏ ଏକ ୯୦ କେଜି ଓଜନର କୁମ୍ଭୀରକୁ ମାରି ଖାଉଥିବା ଜଣାଯାଇଛି । ପରେ ଯୁବତୀ ଜଣକ ଏହାର ଏକ ଭିଡ଼ିଓ ସେୟାର ବି କରିଛନ୍ତି ।

ନିଜକୁ ଫୁଡ୍ ବ୍ଲଗର କହୁଥିବା ଚୁ ନିଆଙ୍ଗ ସିଆଓ ହେ ନାମକ ଜଣେ ଯୁବତୀ ନିକଟରେ ୯୦ କେଜି ଓଜନର କୁମ୍ଭୀରକୁ ମାରି ଖାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ତାଙ୍କର ଏହି ଭିଡିଓ ଚୀନ୍‌ରେ ପୂରା ବିବାଦର କାରଣ ପାଲଟିଛି । କାରଣ ଏଠାରେ କୁମ୍ଭୀରକୁ ବିନା ଲାଇସେନ୍ସରେ କେହି ଏମିତି ଖାଇପାରିବେନି । ଚୁ ନିଆଙ୍ଗ ସିଆଓ ହେ ସବୁବେଳେ ଖାଦ୍ୟପେୟର ଭିଡିଓ କରି ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି । ତାଙ୍କର ଟିକ୍‌ଟକ୍‌ରେ ବହୁତ ଫଲୋୟର୍ସ ଅଛନ୍ତି । ସେ ଘରେ ଏକ କୁମ୍ଭୀରକୁ ମାରି ତା’ର ପ୍ରସ୍ତୁତି ପ୍ରଣାଳୀ ଲୋକଙ୍କ ସହିତ ସେୟାର କରିଛନ୍ତି । ଭିଡିଓରେ ସେ କୁମ୍ଭୀରର ମୁହଁ ବାନ୍ଧି ମାରିସାରିଲା ପରେ କାଟି ତାକୁ ରୋଷେଇ କରିଥିଲେ ।

ଏପରି ଭିଡିଓ ପାଇଁ ଏବେ ଉକ୍ତ ଯୁବତୀଙ୍କୁ ସୋସିଆଲ ମିଡିଆରେ ବ୍ୟାନ କରିବାକୁ ଦାବି ହେଉଛି । ଯୁବତୀ ତାଙ୍କ ଉତ୍ତରରେ କହିଛନ୍ତି, ଏହି କୁମ୍ଭୀରକୁ କୃତ୍ରିମ ଉପାୟରେ ପାଳନ କରାଯାଇଛି । ଏହାର ଜୀବନ ସେମିତିରେ ହିଁ ଯାଇଥାନ୍ତା । ସେଥିପାଇଁ ସେ ଏହି ଭିଡିଓ କରିବାକୁ ତାକୁ ମାରିଥିବା କହିଛନ୍ତି । ତେବେ ଏହା ସେଠାରେ ବେଆଇନ ହୋଇଥିବାବେଳେ ଏପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ।

Comments are closed.