Latest Odisha News

BREAKING NEWS

ଓଡ଼ିଶାରେ ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୨୪ ଶହ ଟପିଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୯୦ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯିବା ସହ ଗୁରୁବାର ଦିନ ଏହି ସଂଖ୍ୟା ୨୪୭୮କୁ ବୃଦ୍ଧି ଘଟିଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗର ସୂତ୍ର ଅନୁଯାୟୀ, ଏହି ନୂତନ ମାମଲାଗୁଡ଼ିକ ମଧ୍ୟରୁ ୭୯ଟି କ୍ବାରେନଣ୍ଟାଇନ ସେଣ୍ଟରର ଏବଂ ୧୧ଟି ସ୍ଥାନୀୟ ମାମଲା।

ଖୋର୍ଦ୍ଧାରେ ସର୍ବାଧିକ ୨୫ଟି ନୂଆ ମାମଲା ଚିହ୍ନଟ ହୋଇଥିଲା ବେଳେ, ଗଞ୍ଜାମ (୨୨), ଢେଙ୍କାନାଳ (୧୦), ଭଦ୍ରକ (୯), ନୟାଗଡ଼ (୭), କଟକ (୫) ଏବଂ ସୁନ୍ଦରଗଡ, ପୁରୀରୁ (୨) ଏବଂ ଜଣେ ଲେଖାଏଁ ବାଲେଶ୍ବର, କଳାହାଣ୍ଡି, ସମ୍ବଲପୁର, ଅନୁଗୁଳ ଏବଂ ବରଗଡ।

Comments are closed.