Latest Odisha News

BREAKING NEWS

ଆଲଫା, ବିଟା ଭାରିଆଣ୍ଟରେ ସଂକ୍ରମିତ ୯୦ ବର୍ଷିୟା ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶନିବାର ଦିନ ବେଲଜିୟମର ଜଣେ ୯୦ ବର୍ଷ ବୟସ୍କା ମହିଳା ଉଭୟ ଆଲଫା ଏବଂ ବିଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଉକ୍ତ ମହିଳା ଜଣକ ମାର୍ଚ୍ଚ ୩ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ସଂକ୍ରମିତ ହେବା ପରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତାଙ୍କର ପ୍ରାରମ୍ଭିକ ଚିକିତ୍ସା ସମୟରେ ତାଙ୍କଠାରେ ଅମ୍ଳଜାନ ସ୍ତର ଭଲ ଦେଖାଯାଇଥିଲା। କିନ୍ତୁ ଏହାପରେ ତାଙ୍କ ଅବସ୍ଥା ବିଗିଡିବାରେ ଲାଗିଲା। ପାଞ୍ଚ ଦିନ ପରେ ତାଙ୍କର ମୃତ୍ୟୁ ‌ହୋଇଥିବା ଜଣାପଡ଼ିଛି।

ଡାକ୍ତରଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କ ଉଭୟ ଆଲଫା ଏବଂ ବିଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଛନ୍ତି। ଆଲଫା ପ୍ରଥମେ ବ୍ରିଟେନରେ ଉତ୍ପନ୍ନ ହୋଇଥିବାବେଳେ ବିଟା ପ୍ରକାର ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା।

Comments are closed.