Latest Odisha News

ବାଲେଶ୍ୱର ବ୍ୟାଟେଲରେ ବୟସ୍କ ପ୍ରାର୍ଥୀ, ସାଇକଲ ଧରି କରୁଛନ୍ତି ପ୍ରଚାର

ବାଲେଶ୍ୱର: ଆଉ ଦିନ କେଇଟା ପରେ ପଡିବ ବାଲେଶ୍ୱର ଉପନିର୍ବାଚନ ଭୋଟ । ତେବେ ଏହା ପୂର୍ବରୁ ଆରମ୍ଭ ହୋଇସାରିଲାଣି ପ୍ରଚାର ଲଢ଼େଇ। ସବୁ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଜୋରସୋର୍‌ରେ ଚାଲିଛି ପ୍ରଚାର । ବାଲେଶ୍ୱର ସଦର ଉପନିର୍ବାଚନରେ ଏଥର ଲଢୁଛନ୍ତି ୬ ଜଣ ପ୍ରାର୍ଥୀ । ମୁଖ୍ୟ ଲଢେଇ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି । ତେବେ ଏହି ତିନି ଦଳର ପ୍ରାର୍ଥୀଙ୍କୁ କଡା ଟକ୍କର ଦେବା ପାଇଁ ବାଲେଶ୍ୱର ବ୍ୟାଟେଲକୁ ଓହ୍ଲାଇଛନ୍ତି ଜଣେ ବୟସ୍କ ସ୍ୱାଧୀନ ପ୍ରାର୍ଥୀ ।

ସବୁଠୁ ବୟସ୍କ ଓ ଗରିବ ପ୍ରାର୍ଥୀ ହେଉଛନ୍ତି ବେଣୁଧର ବାରିକ । ତାଙ୍କ ବୟସ ୯୧ ବର୍ଷ । ପେଶାରେ ସେ ଜଣେ ବାରିକ । ସେ ଘର ଘର ବୁଲି ଚୁଟି କାଟନ୍ତି । ହେଲେ ଏଥର ଲୋକଙ୍କ ସେବା ପାଇଁ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କ ଆଗରେ ହାର ମାନିଛି ବୟସ । ତାଙ୍କ ପାଖରେ ନା ଅଛି ଧନ ସମ୍ପତି ନା ଅଛି ଗାଡି ଘୋଡା । ସେ ସାଇକଲରେ ବୁଲିବୁଲି କରୁଛନ୍ତି ନିର୍ବାଚନ ପ୍ରଚାର । ଆଉ କେତେବେଳେ ସେ ଚାଲିଚାଲି ମଧ୍ୟ ଭୋଟରଙ୍କୁ ଭୋଟ ମାଗୁଛନ୍ତି ଏବଂ ପ୍ରଚାର ମଧ୍ୟ କରୁଛନ୍ତି । ନିର୍ବାଚନ ଲଢ଼ି ଲୋକଙ୍କ ସେବା କରିବା ପାଇଁ ରହିଛି ତାଙ୍କର ଇଚ୍ଛା । ବାଲେଶ୍ୱରର ଏହି ବୟସ୍କ ପ୍ରାର୍ଥୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.