Latest Odisha News

BREAKING NEWS

କରୋନାଭାଇରସ: ଦେଶରେ ୨୪ ଘଣ୍ଟାରେ ୪ ମୃତ, ୯୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୯୨ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଏବଂ ୪ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୋମବାର ଦିନ ସୂଚନା ଦେଇଛନ୍ତି ।

ତେବେ ରବିବାର ଦିନ କରୋନାଭାଇରସର ୬ ନୂଆ ମାମଲା ସାମନାକୁ ଆସିଥିବାବେଳେ ୬ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିଲା । ଯଦ୍ୱାରା ଆଜି ସକାଳ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭୧ରେ ପହଞ୍ଚିଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କରାଯାଇଥିବା ବେଳେ ଲକଡାଉନ ନିୟମର ପାଳନ ନହେଲେ ଆମେ ଭାଇରସ ମୁକାବିଲାରେ ଅସଫଳ ହେବା ବୋଲି ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

Leave A Reply

Your email address will not be published.