ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭାରତରେ ୧୨ ହଜାର ଅତିକ୍ରମ କରିସାରିଲାଣି । ତେବେ ଦେଶର ପ୍ରାୟ ୩୨୫ ଜିଲ୍ଲାରେ ହୋଇନି କରୋନା ସଂକ୍ରମଣ । ଏହି ସବୁ ଜିଲ୍ଲାରୁ ଗୋଟିଏ ହେଲେ କରୋନା ମାମଲା ଆସିନାହିଁ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।
ଗତ ୨୪ ଘଣ୍ଟାରେ ୧୮୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ୯୪୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ୩୭ ଜଣ ପ୍ରାଣ ହରାଇଛନ୍ତି ବୋଲି ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଆଇସିଏମଆର ମୁଖ୍ୟ କହିଛନ୍ତି ଯେ, ଦେଶର ସବୁଠାରେ ଆଣ୍ଟିବଡି ଟେଷ୍ଟର ବ୍ୟବହାର ଫାଇଦା ଦେବ ନାହିଁ । ହଟସ୍ପଟ୍ କ୍ଷେତ୍ରରେ ଏହାର ପ୍ରୟୋଗ କରାଯିବ । ଦେଶରେ ତେବେ ସୁଧା ୨ ଲକ୍ଷ ୯୦ ହଜାରରୁ ଅଧିକ ଟେଷ୍ଟ୍ କରାଯାଇଛି । ଆମ ପାଖରେ ପର୍ୟ୍ୟାପ୍ତ କିଟ୍ ମହଜୁଦ ରହିଛି । ରାପିଡ୍ ଆଣ୍ଟିବଡିର ପ୍ରୟୋଗ ଡାଏଗ୍ନୋସିସ୍ ପାଇଁ କରାଯିବ ନାହିଁ । ଗୃହ ମନ୍ତ୍ରାଳୟ କହିଛି ଯେ, ରାଜ୍ୟ ସରକାର ଲକଡାଉନକ କଡାକଡି ଭାବେ ପାଳନ କରୁଛନ୍ତି । ଯେଉଁଠାରେ ଏହା ପାଳନ ନହେବ ସେଠାରେ ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ନିଆଯିବ ।
BREAKING NEWS
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା
- ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା
- ଋଷ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !

Comments are closed.