Latest Odisha News

BREAKING NEWS

୭୦ ବର୍ଷ ପରେ ବିବାହ କଲେ ବୃଦ୍ଧ ପ୍ରେମୀଯୁଗଳ

ଜୟପୁର: ସୋସିଆଲ ମିଡିଆରେ ଏକ ବୃଦ୍ଧ ପ୍ରେମୀଯୁଗଳଙ୍କ ବିବାହ ବେଶ ଭାଇରାଲ ହେବାରେ ଲାଗିଛି । ୭୦ ବର୍ଷ ଧରି ଲିଭ ରିଲେଶନଶିପରେ ରହିବା ପରେ ସେମାନେ ଏବେ ବିବାହ କରିଛନ୍ତି । ରାଜସ୍ଥାନର ଡୁଗୁରପୁରରେ ଏହି ଘଟଣା ଘଟିଛି । ବୃଦ୍ଧ ବ୍ୟକ୍ତିଙ୍କୁ ୯୫ ହୋଇଥିବା ବେଳେ ବୃଦ୍ଧାଙ୍କ ବୟସ ୯୦ ବର୍ଷ । ବିବାହ ବନ୍ଧନରେ ଆବଦ୍ଧ ହେବା ସହ ସେମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ପ୍ରେମ କରିବା ପରେ ଉଭୟ ପତି ଓ ପତ୍ନୀ ଭାବେ ଚଳୁଥିଲେ । କୌଣସି କାରଣବଶତଃ ସେମାନେ ବିବାହ କରିପାରି ନ ଥିଲେ । ଏବେ ସେମାନେ ବିବାହ ପରି ସମାଜ ଆଗରେ ମାନ୍ୟତା ପାଇବା ସହ କିନ୍ତୁ ଏକ ବଡ ପ୍ରଶ୍ନ ଉଠାଇଛନ୍ତି । ପ୍ରେମ ପାଇଁ ବିବାହ କଣ ବାଧ୍ୟତାମୂଳକ ?

ଏହି ପ୍ରେମୀଯୁଗଳଙ୍କ ପିଲାମାନେ ସେମାନେ ବିବାହ କରି ନ ଥିବା କଥା ଜାଣି ନ ଥିଲେ । ଏହା ଜାଣିବା ପରେ ରାଜସ୍ଥାନ ସାମାଜିକ ମାନ୍ୟତା ଅନୁସାରେ ସେମାନେ ବିଧିବଦ୍ଧ ଭାବେ ଉଭୟଙ୍କ ବିବାହ କରାଇଥିଲେ । ବନ୍ଧୁ ବାନ୍ଧବ, ଗ୍ରାମବାସୀ ଓ ପରିଜନଙ୍କ ଉପସ୍ଥିତିରେ ଧୂମଧାମରେ ବିବାହ କରାଯାଇଥିଲା । ବରବଧୂ ବେଶରେ ସେମାନଙ୍କୁ ଦେଖିବା ପରେ ସମସ୍ତଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ପରିବାର ସଦସ୍ୟମାନଙ୍କୁ ସମସ୍ତେ ଭୂୟଶୀ ପ୍ରଶଂସା କରିବାରେ ଲାଗିଛନ୍ତି ।

Comments are closed.