Latest Odisha News

ଅସହାୟଙ୍କ ପାଇଁ ସହାୟତାର ହାତ ବଢାଇଲେ ବ୍ୟକ୍ତି, ତିଆରି କଲେ ୯୯ ଘର

କାନାଡା : ଅସହାୟଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି କାନାଡ଼ାର ଜଣେ ବ୍ୟକ୍ତି । ଯେଉଁ ଅସହାୟ ଲୋକଙ୍କର ଘର ନାହିଁ ସେ ତାଙ୍କ ପାଇଁ ଘର ତିଆରି କରିଛନ୍ତି । ସବୁଠୁ ବଡ଼ କଥା ସେ ତାଙ୍କର ସଫ୍ଟୱେର କମ୍ପାନୀ ବିକ୍ରି କରି ସେହି ଟଙ୍କାରେ ଅସହାୟଙ୍କ ପାଇଁ ଘର ତୋଳିଛନ୍ତି । ତାଙ୍କର ଏପରି ଉଦ୍ୟମ ପାଇଁ ତାଙ୍କୁ ଢେର ପ୍ରଂଶସା କରାଯାଇଛି ।

କାନାଡାର ବାସିନ୍ଦା ମାର୍ସେଲ ଲେବ୍ରୁନ୍ । ତାଙ୍କର ଏକ ସଫ୍ଟୱେର କମ୍ପାନୀ ଥିଲା । ଯାହାକୁ ବିକ୍ରି କରିବା ପରେ ସେହି ଟଙ୍କାକୁ ଏକ ଭଲ କାମରେ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ପରେ ଅସହାୟ ତଥା ଘର ନ ଥିବା ଲୋକଙ୍କୁ ଘର ପ୍ରଦାନ ପାଇଁ ସ୍ଥିର କଲେ । ସେ ବର୍ତ୍ତମାନ ନ୍ୟୁ ବ୍ରୁନ୍‌ସ୍ୱିକ୍‌ରେ ପାଖାପାଖି ୬ଶହ ଲୋକଙ୍କ ପାଇଁ ଘର ତିଆରି କରୁଛନ୍ତି । ଲେବ୍ରୁନ୍ ଯେଉଁ ଘର ସବୁ ତିଆରି କରିଛନ୍ତି, ସେଠାରେ ରହିବାକୁ ଥିବା ଅସହାୟ ଲୋକଙ୍କୁ ନିଜ ରୋଜଗାରର ମାତ୍ର ୩୦ ପ୍ରତିଶତ ଦେବାକୁ ହେବ । ତିଆରି ହୋଇଥିବା ୯୯ଟି ଘର ଛୋଟ ହୋଇଥିଲେ ମଧ୍ୟ ତା’ ଭିତରେ ସମସ୍ତ ପ୍ରକାର ସୁବିଧା ରହିଛି । ଏଥିସହ ସେହି ଘର ସବୁ ଦୃଷ୍ଟିରୁ ସୁରକ୍ଷିତ ମଧ୍ୟ । ଏହାକୁ ପ୍ରାୟ ୧୨ ଜଣ ସଦସ୍ୟ ସହାୟତାରେ ତିଆରି କରିଯାଇଛି ।

ଏହି ୯୯ ଘର ପ୍ରସ୍ତୁତ ପାଇଁ ଲେବ୍ରୁନ୍ ଓ ତାଙ୍କ ସ୍ତ୍ରୀ ନିଜ ଟଙ୍କାରୁ ପ୍ରାୟ ୪ ମିଲିୟନ ଡଲାର ଅର୍ଥାତ୍ ୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିସହ ପ୍ରାନ୍ତୀୟ ଏବଂ ସଂଘୀୟ ଯୋଗଦାନ ଦ୍ୱାରା ୮ ମିଲିୟନ ଡଲାର ଅର୍ଥାତ୍ ୬୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି । ଏହି ପ୍ରୋଜେକ୍ଟ ପାଇଁ ମୋଟ ୧୨ ମିଲିୟନ ଡଲାର ଖର୍ଚ୍ଚ ହୋଇଥିବା ଲେବ୍ରୁନ୍ କହିଛନ୍ତି ।

Leave A Reply

Your email address will not be published.