ଭୁବନେଶ୍ବର : ଆସନ୍ତାକାଲିଠାରୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ । ଶ୍ରେଣୀଗୃହରେ ପୁଣି ଥରେ ପାଠ ପଢ଼ିବେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏହାର ଚୂଡ଼ାନ୍ତ ପ୍ରସ୍ତୁତିକୁ ନେଇ ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ସ୍କୁଲ ପରିଦର୍ଶନ କରିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କୋଭିଡ୍ କଟକଣା ଭିତରେ ପାଠପଢ଼ା ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି ।
ଦୁଇ ଘଣ୍ଟା ଭିତରେ ରହିବ ୩ଟି ପିରିୟଡ । ଗଣିତ, ଇଂରାଜୀ, ବିଜ୍ଞାନ ଓ ସାମାଜିକ ବିଜ୍ଞାନକୁ ଦିଆଯିବ ଗୁରୁତ୍ବ । ପ୍ରତି ଶ୍ରେଣୀ ଗୃହରେ ସମାଜିକ ଦୂରତା ରଖି ୨୦ରୁ ୨୫ ଛାତ୍ରଛାତ୍ରୀ ପଢ଼ିବେ । ଏହି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିପରି ଶ୍ରେଣୀଗୃହର ଅଭାବ ଦୂର ଉପରେ ଆଲୋଚନା କରିଛନ୍ତି ମନ୍ତ୍ରୀ ।
ନବମ ଓ ଏକାଦଶ ପାଇଁ ରବିବାର ଛୁଟି ରହିବ । କୋଭିଡ୍ ନିୟମାବଳୀ ଓ ଅଭିଭାବକଙ୍କ ଅନୁମତି ସହ ପାଠପଢ଼ା ଚାଲିବ ।
Comments are closed.