Latest Odisha News

BREAKING NEWS

୧୪ରୁ ଆରମ୍ଭ ହେବ DL ସ୍କିଲ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୧୪ରୁ ଆରମ୍ଭ ହେବ ଡିଏଲ୍ ସ୍କିଲ ଟେଷ୍ଟିଂ । ୧୪ ତାରିଖରେ ଦିନ ୧୧ଟାରୁ ସ୍ଲଟ ବୁକିଂ ହେବ ଏବଂ ରାତି ୧୦ ଯାଏଁ ସ୍ଲଟ ବୁକିଂ କରିପାରିବେ ଆବେଦନକାରୀ । ତେବେ ତା’ପରଦିନ ଠାରୁ ସକାଳ ୭ରୁ ରାତି ୧୦ ଯାଏଁ ଡିଏଲ୍ ପରୀକ୍ଷା ପାଇଁ ଅନ୍‌ଲାଇନ୍ ସ୍ଲଟ ବୁକିଂ କରିହେବ । ଏନେଇ ଏଏସ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ତେବେ ଡିଏଲ୍ ସ୍କିଲ ଟେଷ୍ଟ ପାଇଁ ଆସୁଥିବା ଆବେଦନକାରୀଙ୍କ ପାଇଁ କେତେକ କଟକଣା ମଧ୍ୟ ଜାରି କରାଯାଇଛି । ଡିଏଲ୍ ଟେଷ୍ଟ ସେଂଟରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଟେଷ୍ଟିଂ ସେଂଟରକୁ କେବଳ ଆଦେନକାରୀ ହିଁ ଯାଇପାରିବେ । ସେହିପରି କଂଟେନମେଂଟ ଜୋନ୍‌ରୁ ଆସୁଥିବା ଲୋକଙ୍କୁ ଟେଷ୍ଟିଂ ମନା ହୋଇଛି ।

ଆବେଦନକାରୀ ଏକା ଆସିବେ, ସାଙ୍ଗରେ ସମ୍ପର୍କିୟଙ୍କୁ ଆଣିବାକୁ ମନା ହୋଇଛି । ଏଥିସହ କୋଭିଡ ଲକ୍ଷଣ ଥିଲେ ଟେଷ୍ଟି ପାଇଁ ନଆସିବାକୁ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୫ମାସରୁ ଉର୍ଦ୍ଧ୍ୱ ଦିନ ହେବ କୋଭିଡ ଓ ଲକଡାଉନ୍ ଯୋଗଁ ଡିଏଲ୍ ଏବଂ ଏଲ୍‌ଏଲ୍ ସ୍କିଲ ଟେଷ୍ଟିଂ ବନ୍ଦ ଥିଲା ।

Leave A Reply

Your email address will not be published.