Latest Odisha News

BREAKING NEWS

ଡ୍ରଗ୍ସ ନେଉଛନ୍ତି ସାରା-ରାକୁଲ ! ତଦନ୍ତ କରିବ ଏନ୍‌ସିବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍ସ ଲିଙ୍କରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀକୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିସାରିଛି । ଏବେ ରିୟାଙ୍କ ପରେ ଡ୍ରଗ୍ସ ନେତା ମାମଲା ଅଭିନେତ୍ରୀ ସାରା ଅଲ୍ଲି ଖାନ ଓ ରାକୁଲ ପ୍ରିତ ସିଂହଙ୍କୁ ମଧ୍ୟ ଏନ୍‌ସିବିର ସାମ୍ନା କରିବାକୁ ପଡିପାରେ । ପଚରାଉଚରା ପାଇଁ ଏ ଦୁଇ ଅଭିନେତ୍ରୀଙ୍କୁ ଏନ୍‌ସିବି ସମନ କରିପାରେ ବୋଲି ଜଣାପଡିଛି ।

ରିୟାଙ୍କୁ ପଚରାଉଚରା କରାଯାଉଥିବା ବେଳେ ସେ ଏନସିବିକୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ରାକୁଲ ପ୍ରୀତ ସିଂହ, ଡିଜାଇନର୍ ସିମୋନ୍ ଖମ୍ବଟ୍ଟା, ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ମ୍ୟାନେଜର ରୋହିଣୀ ଅୟର ଏବଂ ଚଳଚ୍ଚିତ୍ର ନିର୍ମାତା ମୁକେଶ ଛାବ୍ରା ମଧ୍ୟ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଥିଲେ। ଖବର ମୁତାବକ, ବଲିଉଡ ପାର୍ଟିରେ ଏହି ୫ଜଣ ସେଲିବ୍ରିଟି ଡ୍ରଗ୍ସ ନିଅନ୍ତି ବୋଲି ରିୟା ସ୍ବୀକାର କରିଛନ୍ତି। ରିୟାଙ୍କ ଏଭଳି ସୂଚନା ପରେ ଏନସିବି ଯାଞ୍ଚ ପାଇଁ ଏମାନଙ୍କୁ ସମନ ପଠାଇପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.