Latest Odisha News

BREAKING NEWS

ଶିକାର ବେଳେ ଶିକାରୀଙ୍କ ଗୁଳିରେ ଗଲା ଜୀବନ, ୧୮ ଅଟକ

ରାୟଗଡା: ଶିକାର ବେଳେ ପଶୁ ଶିକାରୀ ଗୁଳିମାଡରେ ଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅଣ୍ଡରାକାଂଚ ଥାନା ଖାଇଲାଯୋଡି ଅଂଚଳରେ । ସୂଚନାନୁସାରେ ମଙ୍ଗଳବାର ରାତିରେ କିଛି ଯୁବକ ନିକଟସ୍ଥ ଜଙ୍ଗଲକୁ ବାରାହା ଶିକାର କରିବାକୁ ଯାଇଥିଲେ । ଏହି ସମୟରେ କୌଣସି କାରଣବଶତଃ ଜଣେ ଲୋକଙ୍କ ଉପରେ ଗୁଳି ବାଜିଥିଲା । ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୃତକ ହେଲେ ଖଗେଶ୍ୱର ଖଡିଆ । ତେବେ ଘଟଣାକୁ ଚପେଇ ଦେବା ଉଦ୍ଦେଶ୍ୟରେ ମୃତକଙ୍କ ପରିବାର ବର୍ଗକୁ କିଛି ଅର୍ଥ ଦେଇ ସମସ୍ୟା ସମାଧାନ କରି ମର ଶରୀରକୁ ଶତ୍କାର ବେଳେ ଘଟଣାସ୍ଥଳରେ ପୋଲିସ ପହଂଚିଥିଲା । ଅର୍ଦ୍ଧଦଗ୍ଧ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ପୋଲିସ ୧୮ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.