Latest Odisha News

BREAKING NEWS

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ଦେହାନ୍ତ

ମୁମ୍ବାଇ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କର ଦେହାନ୍ତ ହୋଇଛି।

ମୃତ୍ୟୁ ବେଳକୁ ୫୯ ବର୍ଷ ବୟସ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଏସମ୍ପର୍କରେ ସୂଚନା ଦେଇଛନ୍ତି।

ଏନଡିଟିଭିର ରିପୋର୍ଟ ମୁତାବକ, ଆଇପିଏଲ୍ ସମୟରେ ଡିନ୍ ଜୋନ୍ସ ମୁମ୍ବାଇରେ ରହୁଥିଲେ ଏବଂ କମେଣ୍ଟ୍ରି ମଧ୍ୟ ଦେଉଥିଲେ।

ଡିନ୍ ଜୋନ୍ସ ଅଷ୍ଟ୍ରେଲିଆର ସର୍ବୋତ୍ତମ କ୍ରିକେଟର ଏବଂ ଫିଲଡର ଭାବରେ ପରିଗଣିତ। ସେ ମୋଟ୍ ୫୨ଟି ଟେଷ୍ଟ, ୧୬୪ଟି ଦିନିକିଆ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥିଲେ।

ଟେଷ୍ଟରେ ଡିନ୍ ଜୋନ୍ସ ସର୍ବାଧିକ ୨୧୬ ସ୍କୋର କରିଥିଲେ ଏବଂ ଦିନିକିଆରେ ୧୪୫ ରନ୍ କରିଥିଲେ। ସେ ଟେଷ୍ଟ କ୍ରିକେଟ୍ ରେ ହାରାହାରି ୪୬.୫୫ ରେ ୩୬୩୧ ରନ୍ ସଂଗ୍ରହ କରିଥିଲେ ଯେଉଁଥିରେ ୧୧ ଶତକ ଏବଂ ୧୪ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ରହିଥିଲା।

ଦିନିକିଆ ଗୁଡ଼ିକରେ ଜୋନ୍ସ ୭ ଶତକ ଏବଂ ୪୬ ଅର୍ଦ୍ଧଶତକ ହାସଲ କରି ହାରାହାରି ୪୪.୬୧ ରେ ୬୦୬୮ ରନ୍ ସ୍କୋର କରିଥିଲେ। ଜୋନ୍ସ ଟେଷ୍ଟ କ୍ରିକେଟରେ ୩୪ ଟି ଏବଂ ଦିନିକିଆରେ ୫୪ଟି କ୍ୟାଚ୍ ମଧ୍ୟ ଧରିଥିଲେ।

ସେହିପରି ଡିନ୍ ୨୪୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ସେଥିରେ ୧୯୧୮୮ ରନ୍ ସ୍କୋର କରିଥିଲେ।

 

 

Leave A Reply

Your email address will not be published.