Latest Odisha News

କାହିଁକି ଓକିଲମାନେ ପିନ୍ଧନ୍ତି କଳା କୋଟ୍; ଜାଣନ୍ତୁ ଏହା ସମ୍ପର୍କିତ କିଛି ରୋଚକ ତଥ୍ୟ

ଓକିଲାତିର ଆରମ୍ଭ ୧୩୨୭ ମସିହାରେ ଏଡ୍‌ୱାର୍ଡ ୩ଙ୍କ ଦ୍ବାରା ହୋଇଥିଲା। ସେତେବେଳେ ଡ୍ରେସ୍‌କୋଡ୍‌ ଆଧାରରେ ବିଚାରପତିଙ୍କ ପୋଷାକ ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ନ୍ୟ‌ାୟଧୀଶ ମୁଣ୍ଡରେ ଏକ ଲୋମଯୁକ୍ତ ୱିଗ୍ ପିନ୍ଧୁଥିଲେ।

ଓକିଲାତିର ପ୍ରାରମ୍ଭିକ ଅବଧିରେ ଓକିଲମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଥିଲା। ପ୍ରାଚୀନ କାଳରେ ଓକିଲମାନେ ଅଦାଲତକୁ ସୁବର୍ଣ୍ଣ ଲାଲ୍ ରଙ୍ଗର ପୋଷାକ ଏବଂ ବ୍ରାଉନ୍‌ ରଙ୍ଗର ଫୁଲ୍ କୋଟ୍ ପିନ୍ଧି ଆସୁଥିଲେ।

ପରେ ୧୬୩୭ରେ ଓକିଲମାନଙ୍କ ବେଶଭୂଷାରେ ପରିବର୍ତ୍ତନ କରାଗଲା ଏବଂ କାଉନ୍‌ସିଲ୍‌କୁ ଜନତାଙ୍କ ଅନୁଯାୟୀ ପୋଷାକ ପିନ୍ଧିବାକୁ ପ୍ରସ୍ତାବ ରଖାଗଲା। ସେବେଠାରୁ ଓକିଲମାନେ ଲମ୍ବା କୋଟ୍‌ ପିନ୍ଧିବା ଆରମ୍ଭ କରିଥିଲେ।

‌ବିଶ୍ବାସ କରାଯାଏ ସେହି ସମୟରେ ଏହି ପୋଷାକ ବିଚାରପତି ଏବଂ ଅନ୍ୟ ଆଇନଜୀବୀଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥିଲା। ୧୬୯୪ ମସିହାରେ ବ୍ରିଟେନ୍‌ର ରାଣୀ ମେରିଙ୍କର ମୃତ୍ୟୁ ପରେ ତାଙ୍କ ସ୍ବାମୀ କିଙ୍ଗ୍‌ ୱିଲିୟମ୍‌ସ ସମସ୍ତ ନ୍ୟାୟଧୀଶ ଏବଂ ଆଇନଜୀବୀଙ୍କୁ ସର୍ବସାଧାରଣରେ ଶୋକ କରିବା ପାଇଁ କଳା କୋଟ୍ ପିନ୍ଧି ଏକାଠି ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଆଦେଶକୁ କେବେ ବି ରଦ୍ଦ କରାଯାଇ ନ ଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ପ୍ରଥା ପ୍ରଚଳିତ। ତେବେ ବର୍ତ୍ତମାନ ସମୟରେ କଳା କୋଟ୍‌ ଆଇନଜୀବୀଙ୍କ ପରିଚୟ। ଆକ୍ଟ ୧୯୬୧ରେ ଅଦାଲତକୁ ଆସିବା ସମୟରେ ଧଳା ଟାଇ ସହିତ କଳା ରଙ୍ଗର କୋଟ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ବିଶ୍ବାସ ରହିଛି ଯେ ଏହି କଳା କୋଟ୍‌ ଏବଂ ଧଳା ସାର୍ଟ ଓକିଲମାନଙ୍କୁ ଅନୁଶାସନ ଆଣିଥାଏ ଏବଂ ନ୍ୟାୟ ପ୍ରତି ଆତ୍ମବିଶ୍ବାସ ସୃଷ୍ଟି ହୋଇଥାଏ।

Leave A Reply

Your email address will not be published.