Latest Odisha News

BREAKING NEWS

ପାକିସ୍ତାନକୁ ହରାଇ ଭାରତ ଏସିଆ କପ ଟି-୨୦ ଫାଇନାଲରେ

କ୍ୱାଲାଲାମ୍ପୁର : ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଭାରତ ମହିଳା ଏସିଆ କପ ଟି-୨୦ ଫାଇନାଲରେ ପହଞ୍ଚିଛି । ଆଜି ଏକ ରୋମାଞ୍ଚକର ମ୍ୟାଚରେ ଭାରତୀୟ ଖେଳାଳୀ ସ୍ମୃତିମାନ୍ଧନା ଓ ଏକତା ବିଷ୍ଟ ଚମକ୍ରାର ଖେଳ ପ୍ରଦର୍ଶନ କରି ଭାରତକୁ ଫାଇନାଲରେ ପହଞ୍ଚାଇଛନ୍ତି ।

ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲା ଏବଂ ୭ ୱିକେଟ ହରାଇ ମାତ୍ର ୭୨ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ସାନା ମୀର ୨୦ ରନ ଓ ନାହୀଦା ଖାନ ୧୮ ରନ କରିଥିବା ବେଳେ ଅନ୍ୟମାନେ ଭାରତୀୟ ବୋଲିଂକୁ ସମ୍ମୁଖୀନ ହୋଇପାରିନଥିଲେ । ଭାରତୀୟ ବୋଲର୍ ଏକତା ବିଷ୍ଟ ସୁନ୍ଦର ବୋଲିଂ ପ୍ରଦର୍ଶନ କରି ମାତ୍ର ୧୪ ରନରେ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ତେବେ ଭାରତ ୭୨ ରନର ବିଜୟଲକ୍ଷ୍ୟକୁ ପିଛା କରି ୧୬ ଓଭରରେ ୩ଟି ୱିକେଟ ହରାଇ ହାସଲ କରିପାରିଥିଲା । ଦଳ ପକ୍ଷରୁ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ସ୍ମୃତି ମାନ୍ଧନା ଆକର୍ଷଣୀୟ ୩୮ ରନ ଓ କପ୍ତାନ ହରମନପ୍ରୀତ କୌର ୩୪ ରନ କରିଥିଲେ । ଭାରତୀୟ ବୋଲର୍ ଏକତାବିଷ୍ଟ ପ୍ଲେୟାର ଅଫ ମ୍ୟାଚ୍ ଘୋଷିତ ହୋଇଛନ୍ତି ।

ଭାରତ ଆସନ୍ତାକାଲି ବାଂଲାଦେଶକୁ ଫାଇନାଲରେ କଡ୍ଡା ଟକ୍କର ଦେବ । ବାଂଲାଦେଶ ଭାରତକୁ ଏକ ଲିଗ ମ୍ୟାଚରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ହଟଚମଟ ସୃଷ୍ଟି କରିଥିଲା । ତେବେ ଭାରତ ବାଂଲାଦେଶକୁ ପରାସ୍ତ କରି ପ୍ରତିଶୋଧ ନେବା ସହିତ ଟାଇଟଲ ହାସଲ କରିବାକୁ ସବୁପ୍ରକାର ଉଦ୍ୟମ କରିବ ।

Leave A Reply

Your email address will not be published.