Latest Odisha News

ଆସନ୍ତୁ ଜାଣିବା କାହିଁକି ବଲିଉଡର ୪ ଆସୋସିଏଶନ, ୩୪ ପ୍ରଡ୍ୟୁସର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ

ମୁମ୍ବାଇ: ବଲିଉଡର ୪ ଆସୋସିଏଶନ ଓ ୩୪ ପ୍ରଡ୍ୟୁସର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ସୁଶାନ୍ତ ସିଂ ରାଜପୁତ କେସ୍‌ରେ କେତେକ ନ୍ୟୁଜ ଚ୍ୟାନେଲ ଉଦ୍ଦେଶ୍ୟମୂଳକ ଭାବେ ବଲିଉଡକୁ ଟାର୍ଗେଟ ଓ ଅପମାନିତ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ସେମାନେ ଏ ନେଇ ମାମଲା ରୁଜୁ କରିଛନ୍ତି । ବିଶେଷ କରି ରିପବ୍ଲିକ ଟିଭି ଓ ଟାଇମ୍ସ ନାଓକୁ ସେମାନେ ଏଥିନେଇ ଦାୟୀ କରିଛନ୍ତି । ଏହା ବ୍ୟତୀତ ନ୍ୟୁଜ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀ, ପ୍ରଦୀପ ଭଣ୍ଡାରୀ, ରାହୁଲ ଶିବଶଙ୍କର ଓ ନାଭିକା କୁମାରଙ୍କ ବିରୋଧରେ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି ।

ଅମିର ଖାଁ, ଶାହାରୁଖ ଖାଁ, ସଲମାନ ଖାଁ, ଅଜୟ ଦେବଗାନ, କରଣ ଜୋହର, ଆଦିତ୍ୟ ଚୋପ୍ରା ଓ ଫରହାନ ଅଖତାରଙ୍କ ପରି ଷ୍ଟାର ଏକଜୁଟ ହୋଇଛନ୍ତି । ଡାର୍ଟ, ଫ୍ଲିଥ, ସ୍କମ ଓ ଡ୍ରଗିଜ ଭଳି ଆକ୍ଷେପମୂକଳ ଶବ୍ଦ ବ୍ୟବହାର କରାଯାଉଛି । ଏହା ଦ୍ୱାରା ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଆମମାନଙ୍କର ସମ୍ମାନ ହାନି ହେଉଛି ବୋଲି ସେମାନେ ମାମଲାରେ ଉଲ୍ଲେଖ କରିଛନ୍ତି ।

Comments are closed.