Latest Odisha News

ଭାରତରେ ପ୍ରଥମେ କାହାକୁ ମିଳିବ କରୋନା ଟିକା?

ନୂଆଦିଲ୍ଲୀ: ସାରା ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶ ଟିକା ବାହାର କରିବା ନେଇ ଉଦ୍ୟମ ଜାରି ରଖିଛନ୍ତି । କରୋନା ଭାଇରସ ଟିକାକରଣ ଅଭିଯାନ ଆରମ୍ଭ କରିଛି ଭାରତ। ତେବେ ଏଭଳିସ୍ଥିତିି ଭାରତରେ କରୋନା ଟିକା ପ୍ରଥମେ କାହାକୁ ମିଳିବ । ଏନେଇ ସ୍ପଷ୍ଟ କରିଛନ୍ତି ସରକାର ।

ଅଗ୍ରାଧିକାର ଭିତିରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଚିହ୍ନଟ ପ୍ରକିୟା ଆରମ୍ଭ କରିଛି ଭାରତ । ପ୍ରାଥମିକ ଭାବେ ୫୦ରୁ ୭୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ, ୨ କୋଟି ପୋଲିସ, ମୁନସିପାଲ କର୍ମଚାରୀ ଓ ସେନା ବାହିନୀର ଯବାନ, ୨୬ କୋଟି ୫୦ ବର୍ଷରୁ ଅଧିକ ବର୍ଷର ଲୋକ ଓ ଅଧିକ ସମ୍ବେଦନଶୀଳ ଲୋକଙ୍କୁ ଏହି ଟିକା ଦେବାକୁ ବ୍ୟବସ୍ଥା କରାଯାଉଛି ।

ସେମାନଙ୍କୁ ୬୦ କୋଟି ଭାକସିନର ଡୋଜ୍ ଦିଆଯିବାକୁ ଆକଳନ କରାଯାଇଛି । ଭାକସିନର ବ୍ୟବାହାର ପାଇଁ ଅନୁମତି ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ । ବର୍ତମାନ ଦେଶରେ ତିନିଟି ଟିକାର ମାନବ ପରୀକ୍ଷଣ ଜାରି ରହିଛି । ଏଥିରୁ ଅକ୍ସଫୋର୍ଡ -ଆଷ୍ଟ୍ରାଜେନିକା ସହ ସହବନ୍ଧିତ ଥିବା ପୁନେର ଔଷଧ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଟ୍ରାଏଲ ସବୁଠୁ ଆଗରେ ରହିଛି ।

Leave A Reply

Your email address will not be published.