Latest Odisha News

BREAKING NEWS

ଇଣ୍ଡିଆନ ଏୟାର ଲାଇନ୍ସରେ ପ୍ରଥମଥର ପାଇଁ ମହିଳା ସିଇଓ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ବିମାନ କ୍ଷେତ୍ରରେ ଇତିହାସ ରଚିଲେ ହରିପ୍ରିତ ସିଂହ । ଏୟାର ଲାଇନ୍ସର ପ୍ରଥମ ମହିଳା ସିଇଓ ଭାବରେ ସେ ନିଯୁକ୍ତ ହୋଇଛନ୍ତି। ହରପ୍ରିତଙ୍କୁ ଏୟାର ଇଣ୍ଡିଆର ସହାୟକ ଆଲାୟନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରାଯାଇଛି । ଏବେ ସେ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ (ଉଡାଣ ସୁରକ୍ଷା) ପଦବୀରେ ଅଛନ୍ତି।

ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏୟାର ଇଣ୍ଡିଆର ଅଧ୍ୟକ୍ଷ ରଜୀବ ବନସଲ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ହରପ୍ରିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏୟାରଲାଇନ୍ସ ଏୟାରର ସିଇଓ ପଦ ସମ୍ଭାଳିବେ।

ବର୍ତ୍ତମାନ ଏୟାର ଲାଇନ୍ସର ସବୁଠୁ ବରିଷ୍ଠ କ୍ୟାପଟେନ ମଧ୍ୟରୁ ଜଣେ ନିବେଦିତା ଭସିନଙ୍କୁ ହରପ୍ରିତଙ୍କ ସ୍ଥାନରେ ନିଯୁକ୍ତ କରାଯିବ। ନିବେଦିତା ଭସିନ ବର୍ତ୍ତମାନ ବୋଇଂ ୭୮୭ ଡ୍ରିମଲାଇନର ବରିଷ୍ଠ କ୍ୟାପଟେନ ରହିଛନ୍ତି।

Comments are closed.