Latest Odisha News

ସାରି ଦିଅନ୍ତୁ ଜରୁରୀକାମ; ନଭେମ୍ବରରେ ୧୦ ରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାର୍ଯ୍ୟ ରହିଯାଇଥାଏ ତେବେ ଯଥା ଶୀଘ୍ର ଏହାକୁ ସାରି ଦିଅନ୍ତୁ। ନଭେମ୍ବର ମାସରେ ଅନେକ ପର୍ବପର୍ବାଣି ପଡ଼ୁଥିବାରୁ କିିଛି ଦିନ ବ୍ୟାଙ୍କ ବନ୍ଦ ରହିବା ନେଇ ସୂଚନା ମିଳିଛି।

ଦୀପାବଳି, କାଳୀପୂଜା, ଛଟ୍‌ ପୂଜା ସମେତ ଅନ୍ୟାନ୍ୟ ପର୍ବପର୍ବାଣୀ ନଭେମ୍ବର ମାସରେ ପଡ଼ୁଛି। ରାଜ୍ୟର ପର୍ବପର୍ବାଣି ନେଇ ସ୍ଥାନୀୟ ଅଞ୍ଚଳର ବ୍ୟାଙ୍କ ଗୁଡିକ ବନ୍ଦ ରହିବ।

ସୂଚନାନୁସାରେ, ଚଳିତ ନଭେମ୍ବର ମାସରେ ପାଖାପାଖି ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ।ଏଥିରେ ପର୍ବ ପର୍ବାଣୀ ଓ ସାସ୍ତାହିକ ଛୁଟି ମଧ୍ୟ ସାମିଲ ରହିଛି।

ଜାଣି ରଖନ୍ତୁ ଏହି ମାସର କେଉଁଦିନ ମାନଙ୍କରେ ବ୍ୟାଙ୍କ ଗୁଡିକ ବନ୍ଦ ରହୁଛି। ନଭେମ୍ବର ୧, ୮, ୧୪, ୧୫, ୧୬, ୨୦, ୨୧, ୨୨, ୨୮, ୨୯, ୩। ଏହି ସବୁ ତାରିଖରେ ବ୍ୟାଙ୍କ ବନ୍ଦ ରହିବା ନେଇ ଜଣାପଡିଛି ।

ତେବେ ଯଦି ଆପଣଙ୍କେ ନଭେମ୍ବର ମାସରେ କିଛି ଜରୁରୀ ବ୍ୟାଙ୍କ କାର୍ଯ୍ୟ ରାହିଛି ତେବେ ଯଥାଶୀଘ୍ର ଏହାକୁ ସାରି ଦିଅନ୍ତୁ।

Comments are closed.