Latest Odisha News

BREAKING NEWS

ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରବିବାର ଦିନ ଜମି କେଳେଙ୍କାରୀ ଅଭିଯୋଗରେ ଓଡିଶା ଇନଫ୍ରାଟେକ୍ ପ୍ରା. ଲି.ର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଛି । ଯାହାଙ୍କୁ ପରବର୍ତ୍ତୀ ସମୟରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ଇଓଡବ୍ଲ୍ୟୁର ବିଜ୍ଞପ୍ତି ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ୍ ଅନ୍ତର୍ଗତ ସରୁଆ ଗ୍ରାମରେ ଜଣେ ଦଳିତଙ୍କ ନାମରେ ଓଡିଶା ଇନଫ୍ରାଟେକ୍ ଜମି କିଣିବା ଅଭିଯୋଗ ହୋଇଥିଲା ।

ଅଧିକ ପଢନ୍ତୁ- ଓଟିଭି ସିଏଫ୍‌ଓଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ଆଇପିସି ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦-ବି ଆଇପିସି , ସେକ୍ସନ ୩ (୧) (ଜି) (କ୍ୟୁ) ଏସସି ଆଣ୍ଡ ଏସଟି (ପିଓଏ) ଏସସି/ଏସଟି ଆଇନ ଅନୁସାରେ ବି କ୍ରାଇମ୍‌ବ୍ରାଞ୍ଚ ଦଫା ଲଗାଇଥିବା ନେଇ ସୂଚନା ମିଳିଛି।

Comments are closed.