ଓ୍ୱାଶିଂଟନ୍: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଭାରତ ଭଳି ହୋଇ ନଥାଏ । ଅର୍ଥାତ ଆମେରିବାସୀ ସିଧାସଳଖ ନିଜର ଶାସନ ମୁଖ୍ୟଙ୍କୁ ବାଛି ନଥାଆନ୍ତି । ସେଠାରେ ପରୋକ୍ଷ ନିର୍ବାଚନ ଦ୍ୱାରା କ୍ଷମତାସୀନ ହୋଇଥାନ୍ତି ପୋଟସ୍ ବା ପ୍ରେସିଡେଣ୍ଟ୍ ଅଫ୍ ଦି ୟୁନାଇଟେଡ୍ ଷ୍ଟେଟ୍ସ ।
ଆମେରିକାର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ୫୩୮ ସଦସ୍ୟ ବିଶିଷ୍ଟ ଇଲେକ୍ଟୋରାଲ କଲେଜ୍ ରାଷ୍ଟ୍ରପତି ନିର୍ବାଚନ କରିବେ । ଏହି ସଦସ୍ୟମାନେ ଷ୍ଟେଟ୍ ପାର୍ଟି କମିଟି ଦ୍ୱାରା ମନୋନୀତ ହୋଇଥାନ୍ତି । ରାଜ୍ୟ ପ୍ରତିନିଧି ଓ ସିନେଟ୍ ଏହି ସଂଖ୍ୟା ନିର୍ଦ୍ଧାରଣ କରିଥାଏ ।

ନିଜ ରାଜ୍ୟର ପପୁଲାର ଭୋଟ୍ ବିଜୟୀ ପ୍ରାର୍ଥୀଙ୍କୁ ଭୋଟ ଦେଇଥାନ୍ତି ୫୩୮ ପ୍ରତିନିଧି । ୫୦ଟି ରାଜ୍ୟକୁ ନେଇ ଗଠିତ ଆମେରିକାରେ ହ୍ଵାଇଟ୍ ହାଉସ୍ ଦଖଲ ପାଇଁ ଆବଶ୍ୟକ ୨୭୦ ଭୋଟ । ଆମେରିକାର ରାଜ୍ୟମାନଙ୍କ ଭିତରୁ କାଲିଫର୍ଣ୍ଣିଆରୁ ସର୍ବାଧିକ ୫୫ଟି ଇଲେକ୍ଟରାଲ୍ ଭୋଟ୍ ଯାଇଥାଏ ।
ଏହା ବ୍ୟତୀତ ସଦନର ୪୩୫ ସଦସ୍ୟ ଓ ସିନେଟ୍ର ୩୩ ସଦସ୍ୟ, ୧୧ ରାଜ୍ୟପାଳ, ୮୬ ରାଜ୍ୟ ଲେଜିସଲେଟିଭ୍ ଚ୍ୟାମ୍ବର ପାଇଁ ମତଦାନ କରିବେ ଆମେରିକୀୟ । ଆମେରିକାରେ ପ୍ରତି ୪ ବର୍ଷରେ ହୋଇଥାଏ ରାଷ୍ଟ୍ରପତି ନିର୍ବାଚନ । ତେବେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ବ୍ୟକ୍ତିଙ୍କ କେତେକ ନିର୍ଦ୍ଦିଷ୍ଟ ଯୋଗ୍ୟତା ରହିଛି । ସେହିପରି ଜଣେ ବ୍ୟକ୍ତି ସର୍ବାଧିକ ୨ ଥର ରାଷ୍ଟ୍ରପତି ହୋଇପାରିବେ ।
Comments are closed.