Latest Odisha News

‘ଶୀତ ଦିନ ପାଇଁ ସାବଧାନ’

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ତଳମୁହାଁ ରହିଛି । ହେଲେ ରାଜ୍ୟରୁ କରୋନାର କୋପ କମିନି । ଅନ୍ୟ ଭୂତାଣୁ ଓ କରୋନା ଭାଇରସ ମଧ୍ୟରେ ଅନେକ ଫରକ ରହିଛି । ଆଗକୁ ଶୀତ ଆସୁଥିବାରୁ ସଜାଗ ରହିବା ଆବଶ୍ୟକ । ଶୀତ ଲାଗି କରୋନା ବ୍ୟାପିବା ଅଧିକ ସମ୍ଭାବନା ରହିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଚିକିତ୍ସକ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ଆଗକୁ ଶୀତ ଦିନ ଆସୁଛି । ତେଣୁ ଏହା ପୂର୍ବରୁ ସାବଧାନ ରହିବା ଉଚିତ । ଥଣ୍ଡା ପାଗ ଲାଗି କରୋନା ଅଧିକ ସକ୍ରିୟ ହୋଇପାରେ । ଅନେକ ଦେଶରେ ଲକଡାଉନ୍ ଓ ସଟ୍‌ଡାଉନ ହେଲାଣି । ତେଣୁ କରୋନା ପ୍ରତି ସମସ୍ତେ ସତର୍କ ରହିବା ଜରୁରୀ ।

ସେ ଆହୁରି କହିଛନ୍ତି, ହାଲିଆ ହେବା ସହ ସ୍ୱାଦ ଜାଣି ନପାରିବା କରୋନାର ମୁଖ୍ୟ ଲକ୍ଷଣ । ରୋଗ ଫୁସପୁସ୍ ଜନିତ ହୋଇଥିବାରୁ ଅଧିକ ମାରାତ୍ମକ ଅଟେ । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ ଅଧିକ ଦୁର୍ବଳତା ଅନୁଭବ କରନ୍ତି । ଏଥିପାଇଁ ଭୟଭୀତ ହେବାର କାରଣ ନାହିଁ ।

Leave A Reply

Your email address will not be published.