Latest Odisha News

ଜାଲରେ ପଡିଲା ରକେଟ୍‌ !

ସୋର: ମାଛ ଜାଲରେ ପଡିଲା ରକେଟ୍ । ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମାଛ ବଦଳରେ ରକେଟ୍ ଜାଲରେ ପଡିଯାଇଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଖରାସାହାପୁର ପଞ୍ଚାୟତର ପଞ୍ଚୁବିସା ନଦୀ ପଥ ଦେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ରକେଟ୍ ଲାଗିଥିଲା । ମତ୍ସ୍ୟଜୀବୀମାନେ ପ୍ରଥମେ ଆତଙ୍କିତ ହୋଇ ପଡିଥିଲେ । ପରେ ଏହାକୁ ଉଦ୍ଧାର କରି ବୋଟ୍ ସାହାଯ୍ୟରେ ସମୁଦ୍ର କୂଳକୁ ଆଣିଥିଲେ।

ବୁଧବାର ଦିନ ଚାନ୍ଦିପୁର ପ୍ରତିରକ୍ଷା ବିଭାଗରୁ ମଲ୍ଟି ବେରେଲ ରକେଟ୍ ଲଞ୍ଚର ‘ପିନାକ’ର ସଫଳ ପରୀକ୍ଷଣ କରାଯାଇଥିଲା । ଏକାଧିକ କ୍ରମେ ରକେଟ୍ ଲଞ୍ଚରୁ ୪୮ ସେକେଣ୍ଡରେ ୬ଟି ରକେଟ୍ ନିକ୍ଷେପ କରାଯାଇଥିଲା । ‘ପିନାକ’ ସର୍ବାଧିକ ଦୂରତା ଅତିକ୍ରମ କରିଥିଲା । ତେବେ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିବା ରକେଟଟି ବୁଧବାର ପରୀକ୍ଷଣ ହୋଇଥିବା ରକେଟର ଅଂଶ ବିଶେଷ ବୋଲି ଅନୁମାନ କରାଯାଉଛି । ରକେଟଟିକୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ଭିଡ ଜମିଛି।

Comments are closed.