Latest Odisha News

ଚଳିତ ମାସ ୪ଟି ବଡ଼ ଅନ୍ତର୍ଜାତୀୟ ବୈଠକରେ ଯୋଗ ଦେବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ଭାବେ ସକ୍ରିୟ ରହିଛନ୍ତି। ନଭେମ୍ବର ମାସରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଂଶଗ୍ରହଣ କରିବେ। ବିଶେଷ କଥା ହେଉଛି ଏହି ସମୟ ମଧ୍ୟରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ସାମ୍ନା କରିପାରନ୍ତି।

ଏହି ବୈଠକରେ ଏସ୍‌ସିଓ ସମ୍ମିଳନୀ, ଏସୀୟ ସମ୍ମିଳନୀ, ବ୍ରିକ୍ସ ସମ୍ମିଳନୀ ଏବଂ ଜି -୨୦ ସମ୍ମିଳନୀ ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନ୍ତର୍ଭୁକ୍ତ, ଯାହା ଏଥର କରୋନା ସଙ୍କଟ କାରଣରୁ ଭର୍ଚୁଆଲ ସ୍ତରରେ ଅନୁଷ୍ଠିତ ହେଉଛି।

କେବେ ହେବ ବୈଠକ?
୧୦ ନଭେମ୍ବରରେ ଅନୁଷ୍ଠିତ ଏହି SCO ସମ୍ମିଳନୀରେ ସମସ୍ତ ଦେଶର ମୁଖ୍ୟ ଅଂଶଗ୍ରହଣ କରିବେ। ଏହି ବୈଠକ ଏସସିଓର ମୁଖ୍ୟ ଥିବା ରୁଷିଆ ଦ୍ୱାରା ଆୟୋଜିତ ହେଉଛି।

୧୩-୧୫ ନଭେମ୍ବର: ଏସୀୟ ସମ୍ମିଳନୀ ବୈଠକରେ ଚଳିତ ଥର ଭାରତ ଅତିଥି ଭାବରେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ମୁଖ୍ୟ ଆଭିମୁଖ୍ୟ  ଗ୍ରହଣ କରିଥିବା ଭିଏତନାମ ଦ୍ୱାରା ଭାରତକୁ ନିମନ୍ତ୍ରଣ ପଠାଯାଇଛି। ଏହି ବୈଠକରେ ଅଷ୍ଟ୍ରେଲିଆ, ଚୀନ୍, କାନାଡା, ଜାପାନ, ଦକ୍ଷିଣ କୋରିଆ, ରଷିଆ, ଆମେରିକା, ୟୁରୋପୀୟ ୟୁନିଅନର ପ୍ରତିନିଧୀମାନେ ଯୋଗଦେବେ।

୧୭ ନଭେମ୍ବର: ରୁଷ୍‌ ଦ୍ୱାରା  ବ୍ରିକ୍ସ ସମ୍ମିଳନୀ ଆୟୋଜନ କରାଯାଉଛି।

୨୧-୨୨ ନଭେମ୍ବର: ସାଉଦି ଆରବ ଜି -୨୦ ବୈଠକର ଆୟୋଜନ କରାଯିବ। ଯାହା ଭର୍ଚୁଆଲ ସ୍ତରରେ ଅନୁଷ୍ଠିତ ହେବ।

Leave A Reply

Your email address will not be published.