Latest Odisha News

ନବରଙ୍ଗପୁରରେ ବ୍ୟବସାୟୀଙ୍କଠାରୁ ଝାମ୍ପିନେଲେ ସାଢ଼େ ୬ ଲକ୍ଷ ଟଙ୍କା

ନବଙ୍ଗପୁର:  ଜଗଦଲପୁର ବ୍ୟବସାୟୀଙ୍କଠାରୁ ସାଢ଼େ ୬ ଲକ୍ଷ ଟଙ୍କା ଲୁଟ୍ । ନବରଙ୍ଗପୁର ସହରରୁ ଲୁଟ୍ କରି ଛୁ ମାରିଲେ ଦୁର୍ବୃତ୍ତ । ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।

ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ଡକାୟତିର ଶିକାର ହୋଇଛନ୍ତି ଜଗଦଲପୁରର ବ୍ୟବସାୟୀ ରମେଶ ପାରେକ । ସେ ଅଭିଯୋଗ କରିଛନ୍ତି, ବିଭିନ୍ନ ବ୍ୟବସାୟୀଙ୍କଠାରୁ ସେ ପ୍ରାୟ ସାଢ଼େ ୬ ଲକ୍ଷ ଟଙ୍କା ଆଦାୟ କରିଥିଲେ ।

ସଞ୍ଜୟ ବଜାରଠାରୁ ବସଷ୍ଟାଣ୍ଡ ଅଭିମୁଖେ ଏକ ସ୍କୁଟିରେ ଯାଉଥିଲେ । ଏତିକିବେଳେ ଏଖ ଫୋନ୍ କଲ୍ ଉଠାଇବେ ବେଳେ ପଛରୁ ଏକ ବାଇକରେ ଦୁର୍ବୃତ୍ତ ଆସି ଟଙ୍କା ଭତ୍ତି ବ୍ୟାଗ ଧରି ଛୁ ମାରିଥିଲେ ।

ରମେଶ ପାରେକ ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଲୁଟ୍ ହୋଇଥିବା ଘଟଣାସ୍ଥଳ ସମେତ ନିକଟସ୍ଥ ଦୋକାନଗୁଡିକର ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଛି ।

Comments are closed.