Latest Odisha News

BREAKING NEWS

ମାନବିକତା: କରୋନା ଭାଇରସରେ ଫ୍ରାନ୍ସରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅସ୍ଥି ନେଇ ଭାରତ ଆସିଲେ ଇକବାଲ

ପ୍ୟାରିସ: କରୋନା କାଳରେ ବି ମାନବିକତା ମରିନି । ଏହାକୁ ପ୍ରମାଣିତ କରିଛନ୍ତି ଇକବାଲ ସିଂ ଭଟ୍ଟି । ଫ୍ରାନ୍ସରେ କରୋନା ଭାଇରସ ଯୋଗୁ ମୃତ୍ୟୁବରଣ କରିଥିବା ୧୦ ଜଣଙ୍କ ଅସ୍ଥି ନେଇ ସେ ଭାରତ ଆସିଛନ୍ତି । ଏଠାରେ ସେ ପରିବାରବର୍ଗଙ୍କୁ ଏହା ହସ୍ତାନ୍ତର କରିଛନ୍ତି । ତାଙ୍କର ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଇକବାଲ ୨୦୦୫ରେ ଏକ ସଂଗଠନ ତିଆରି କରିଥିଲେ ।

ବିଦେଶରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ ସେ ଦେବଦୂତ ସାଜୁଥିଲେ । ପରିବାରବର୍ଗଙ୍କ ଅନୁମତି ନେଇ ସେ ଶବ ଦାହ କରିବା ପରେ ଅସ୍ଥି ନେଇ ସେମାନଙ୍କୁ ଦେଇଥାନ୍ତି । ଇତି ମଧ୍ୟରେ ସେ ୧୭୮ଜଣଙ୍କ ଅସ୍ଥି ଭାରତ ଆଣି ସାରିଛନ୍ତି ।

Comments are closed.