କଟକ: ଟ୍ଵିନ ସିଟି କମିଶନରେଟ୍ ପୋଲିସ୍ କଟକ ଜଗତପୁର ଅଞ୍ଚଳରୁ ଜବତ କରିଛି ଲକ୍ଷାଧିକ ମୂଲ୍ୟର ବାଣ। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ ମଧ୍ୟ କରିଛି।
ସୋମବାର ସକାଳେ ଜଗତପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ପଦ୍ମପୁର, ମହାଜନପୁର ଏବଂ ତ୍ରିଲୋଚନପୁରରେ ଏକାଧିକ କାରଖାନା ଉପରେ ଚଢ଼ାଉ କରିଥିଲା ଯେଉଁଠାରେ ବେଆଇନ ଭାବେ ବାଣ ତିଆରି ଓ ଗଚ୍ଛିତ କରି ରଖାଯାଇଥିଲା।
ଜବତ ହୋଇଥିବା ବାଣର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, କରୋନା ଯୋଗୁଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର ୧୦ ରୁ ୩୦ ମଧ୍ୟରେ ବାଣ ବିକ୍ରି ତଥା କ୍ରୟ ଉପରେ ଓଡିଶା ସରକାର ନିସିଦ୍ଧାଦେଶ ଜାରି କରିଛନ୍ତି।
Comments are closed.