Latest Odisha News

BREAKING NEWS

ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରାଧୀନ କଏଦୀ ମୃତ

ଗଜପତି: ବିଚାରାଧୀନ କଏଦୀ ମୃତ । ପାରଳାଖେମୁଣ୍ଡି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ଜୟପାଲ ସିଂହ । ଘର ହରିଆଣାରେ । ଗଞ୍ଜେଇ କାରବାର ଅଭିଯୋଗରେ ମାସେ ତଳେ ସେ ଗିରଫ ହୋଇଥିଲେ ।

ଗିରଫ ପରେ ପାରଳାଖେମୁଣ୍ଡି ଜେଲରେ ଥିଲେ ଜୟପାଲ । ଅସୁସ୍ଥ ଅନୁଭବ କରିବାକୁ ତାଙ୍କୁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Comments are closed.