Latest Odisha News

BREAKING NEWS

ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ । ସୀମାରେ ଯବାନଙ୍କ ସହ ଆଲୋକର ପର୍ବରେ ସାମିଲ ହେବେ ନରେନ୍ଦ୍ର ମୋଦି । ଆଜି ରାଜସ୍ଥାନ ଜୈସଲମେର ସୀମାର ଲଙ୍ଗେଓ୍ୱାଲାରେ ଯବାନଙ୍କ ଦୀପାବଳି ଉତ୍ସବରେ ସେ ସାମିଲ ହେବେ । ସେଠାରେ ପହଞ୍ଚି ସାରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ସିଡିଏସ୍ ଜେନାରାଲ ବିପିନ ରାଓ୍ୱତ, ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ. ଏମ. ନର୍ଭାଣେ ଓ ବିଏସଏଫ୍ ଡିଜି ରାକେଶ ଅସ୍ଥାନା । ଜୈସଲମେରରେ ଭାରତ-ପାକିସ୍ତାନ ସୀମା ଲାଗିଛି । ସେଠାରେ ବିଏସଏଫ୍ ଯବାନ ନିୟୋଜିତ ଅଛନ୍ତି ।

୨୦୧୯ରେ ଯବାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ପାଳନର ଫାଇଲ୍ ଫଟୋ

ଗତବର୍ଷ ପ୍ରଧାନମନ୍ତ୍ରୀ ଜମ୍ମୁ କଶ୍ମୀରର ରାଜୌରୀରେ ଯବାନଙ୍କ ସହ ମନାଇଥିଲେ ଆଲୋକର ପର୍ବ । ଆର୍ମି ଡ୍ରେସରେ ସେଠାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଯବାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ମିଠା ବାଣ୍ଟିଥିଲେ । ୨୦୧୮ରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ସେନା ଓ ଆଇଟିବିପି ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ।

ଚଳିତବର୍ଷ ସୀମାରେ ନିୟୋଜିତ ଯବାନଙ୍କ ଉଦ୍ଦେଶ୍ୟରେ ଦୀପଟିଏ ଜାଳିବା ପାଇଁ ପୂର୍ବରୁ ମନ୍ କି ବାତରେ ଦେଶବାସୀଙ୍କୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ । ଏବେ ସେମାନଙ୍କର ମନୋବଳ ବଢ଼ାଇବା ପାଇଁ ସୀମାରେ ପହଞ୍ଚି ଆଲୋକର ପର୍ବରେ ସେମାନଙ୍କ ସହ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.