ଭୁବନେଶ୍ୱର: ମହାମାରୀ କରୋନାର ଭୟାବହତା ଓ ରାଜ୍ୟ ସରକାରଙ୍କ କୋରୋନା କଟକଣା ଯୋଗୁ ଚଳିତବର୍ଷ ରାଜ୍ୟବାସୀ ନିରାଡମ୍ବରରେ ଦୀପାବଳି ପାଳନ କରିଛନ୍ତି । କୋରୋନା ଯୋଗୁ ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ଦୀପାବଳୀରେ।
ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ସରକାରଙ୍କ କଟକଣା ଓ ପୋଲିସ ପ୍ରଶାସନ ଭୟରେ କେବଳ ଦୀପ ଓ ମହମବତୀ ଜାଳି ଦୀପାବଳୀ ପାଳିଛନ୍ତି । କାଁ ଭାଁ କେତେକ ସ୍ଥାନରେ ଝରଝରି, ଧପଧପି ଆଦି ଲାଇଟ୍ ବାଣ ଫୁଟାଇ ଛୋଟ ପିଲାମାନେ ଦୀପାବଳି ପାଲିଥିଲେ। ତେବେ ମନରେ ଦୁଃଖ ଥିଲେବି କୋରୋନା ସଂକ୍ରମଣ ଡର ସାଙ୍ଗକୁ ସରକାରଙ୍କ କଟକଣାକୁ ମାନିଛନ୍ତି ରାଜ୍ୟବାସୀ । ତେବେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଜରିଆରେ ବାଣ ଫୁଟା ଉପରେ ନଜର ମଧ୍ୟ ରଖାଯାଇଥିଲା।
Comments are closed.