Latest Odisha News

BREAKING NEWS

ଭଦ୍ରକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ମୃତ, ଜଣେ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚନ୍ଦନପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ଦୁଇ ଯୁବକ ବାଲେଶ୍ବର ଜିଲ୍ଲା ସୋରରୁ ବାଇକ ଯୋଗେ ଚାନ୍ଦବାଲି ଆସୁଥିଲେ । କୌଣସି କାରଣରୁ ସେମାନଙ୍କ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଉଥିବା ବେଳେ ରାସ୍ତାରେ ହିଁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ପୃଥ୍ବୀରାଜ ଜେନା । ତେବେ ଅନ୍ୟ ଜଣେ ଗୁରୁତର ଦୀପକ ମଲ୍ଲିକଙ୍କୁ କଟକ ବଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଛି।

ବିଳମ୍ବିତ ରାତି ଯୋଗୁଁ ନିଦଲାଗିଯାଇ ବାଇକଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିବା ଅନୁମାନ କରାଯାଉଛି ।

Comments are closed.