ଚଣ୍ଡୀଗଡ଼: କିଛି ଦିନ କମିବା ପରେ ହରିୟାଣାରେ ପୁଣି ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣ। ହରିଆଣାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ସୋମବାର ଦିନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।
କିଛି ଦିନ ତଳେ ସେ ଅସୁସ୍ଥ ଥିବା ବେଳେ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କୋଭିଡ ଟେଷ୍ଟ୍ କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ ଆସିଛି।
ରାଜ୍ୟପାଳଙ୍କୁ ଫୋର୍ଟିସ୍ ହସ୍ପିଟାଲରେ ହିଁ କ୍ବାରେଣ୍ଟାଇନ୍ କରି ଚିକିତ୍ସା ଆରମ୍ଭ କରି ଦିଆଯାଇଛି। ସେଠାରେ ତାଙ୍କୁ ସ୍ପେଶାଲ୍ ଓ୍ବାର୍ଡ଼ରେ ରଖାଯାଇଛି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଏବଂ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଫୋର୍ଟିସ୍ ହସ୍ପିଟାଲରେ ପହଞ୍ଚି ରାଜ୍ୟପାଳଙ୍କ ସ୍ବାସ୍ଥ୍ୟର ସୂଚନା ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭିଡିଓ କଲ୍ ଜରିଆରେ ରାଜ୍ୟପାଳଙ୍କ ସହ ବାର୍ତ୍ତାଳପ ମଧ୍ୟ କରିଛନ୍ତି।
Comments are closed.