ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଅମୀର ଖାଁ ଅନ୍ୟମାନଙ୍କ ପରି ଶେଷରେ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସେ ସାଇନ୍ସ ଫିକ୍ସନ ୱେବ ସିରିଜ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ସେ ହୀରୋ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ରଣବୀର କାପୁର ଓ ବରୁଣ ଧାୱନଙ୍କ ସହ ଏଥିନେଇ ସେ ଯୋଗାଯୋଗରେ ଅଛନ୍ତି । ପ୍ରୋଜେକ୍ଟର ନିର୍ଦ୍ଦେଶନା ଭାରତ କପିଳ ଶର୍ମା ନେବେ ।
ଅମୀର ଖାଁଙ୍କ ପ୍ରଡକ୍ସନ କମ୍ପାନର ଡିଜନୀ ପ୍ଲସ ହଟଷ୍ଟାରରେ ଏହାକୁ ରିଲିଜ କରିବେ । ଅମୀରଙ୍କ ଲାଲ ସିଂ ଚଡ୍ଡା ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହା ପରେ ସେ ସୁବାଷ କାପୁରଙ୍କ ଏକ ପ୍ରୋଜେକ୍ଟରେ ଅଭିନୟ କରିବେ ।
Comments are closed.