Latest Odisha News

BREAKING NEWS

ପଡିଆରୁ ଉଦ୍ଧାର ହେଲା ମହିଳାଙ୍କ ରକ୍ତାକ୍ତ ମୃତଦେହ; ହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ଥାନା ନାତୁରୁ ଗାଁ ନିକଟରେ ଥିବା ପଡିଆରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତା ମହିଳା ଜଣଙ୍କ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖରଖରୀ ହାତସିଂଗା ଗାଁର ପାଲ ତିହୁ(୫୦) ବୋଲି ଜଣାପଡିଛି।

ତେବେ ମହିଳାଙ୍କ ନାକରୁ ରକ୍ତସ୍ରାବ ହେଉଥିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି l

ସୂଚନା ମୁତାବକ ମୃତା ମହିଳା ଜଣଙ୍କ ଗତକାଲି ତାଙ୍କ ସ୍ବାମୀଙ୍କ ସହ କାଳିଆପାଣି ଅଞ୍ଚଳରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ହେଲେ ସନ୍ଧ୍ୟାରେ ଘରକୁ ଫେରିବା ବେଳେ ନିଖୋଜ ହୋଇଯାଇଥିଲେ। ତେବେ ଆଜି ନାତୁରୁ ଗାଁ ନିକଟରେ ଥିବା ପଡିଆରେ ମହିଳାଙ୍କ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।

Comments are closed.